ଚତୁର୍ଥ ଶ୍ରେଣୀ ଛାତ୍ରୀକୁ ଦଶମ ଶ୍ରେଣୀ ଛାତ୍ରର ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଚତୁର୍ଥ ଶ୍ରେଣୀ ଛାତ୍ରୀକୁ ଦଶମ ଶ୍ରେଣୀ ଛାତ୍ରର ଦୁଷ୍କର୍ମ

girl

ଫୁଲବାଣୀ (ତ୍ରିନାଥ ସାହୁ): ଏକ ଆବାସିକ ସ୍କୁଲ୍‌ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା ପରେ କନ୍ଧମାଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ୯ ବର୍ଷର ଝିଅକୁ ଦଶମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ଘଟଣା ଘଟିଛି ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ।

ଏହି ନାବାଳିକାକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ମା’ କହିଛନ୍ତି,“ ଝିଅ ଘର ବାହାରେ ଖେଳୁଥିଲା। ଏତିକି ବେଳେ ଅଭିଯୁକ୍ତ ତାକୁ ଗୋଟିଏ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ ମଧ୍ୟ ଆମ ସାହିର। ଝିଅ ବହୁ ସମୟ ଯାଏ ଘରକୁ ନ ଆସିବାରୁ ଖୋଜାଖୋଜି କରିଥିଲି। ଶେଷରେ ସେହି ଘରୁ ସେ ପିଲା କବଳରୁ ଝିଅକୁ ଉଦ୍ଧାର କରିଥିଲି।”

ଏ ଘଟଣା ଯେପରି ପ୍ରଘଟ ନହେବ ଓ ଥାନାକୁ ନ ଯିବ ସେଥିପାଇଁ ନାବାଳକର ପରିବାର ଲୋକେ ପ୍ରୟାସ କରିଥିବା ଅଭିଯୋଗ ହୋଇଛି।

ନାବାଳିକାଙ୍କ ମା’ କହିଛନ୍ତି,“ ମୁଁ ଝିଅକୁ ଉଦ୍ଧାର କରି ଆଣିବା ପରେ ନାବାଳକର ଘର ଲୋକେ ମୋ ଘରକୁ ଆସିଥିଲେ ଓ ମୋତେ ବାହାର ପଟୁ ତାଲା ପକାଇ ଦେଇଥିଲେ। ମୋତେ ଥାନାକୁ ଯିବାକୁ ରୋକିବାକୁ ପ୍ରୟାସ କରି ସେମାନେ ଏମିତି କରିଥିଲେ। ତେବେ ଗାଁର ଜଣେ ମହିଳା ଯାଇ ଘଟଣା ସଂପର୍କରେ ମୋ ଶାଶୂ ଓ ଶ୍ୱଶୁରଙ୍କୁ କହିଥିଲେ। ସେମାନେ ଆସିବା ପରେ ଆମେ ଝିଅକୁ ଡାକ୍ତରଖାନା ଆଣିବା ସହିତ ଥାନାରେ ଏତଲା ଦେଇଥିଲୁ।”

ଝିଅଟିକୁ ପ୍ରଥମେ ତୁମୁଡ଼ିବନ୍ଧ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାକୁ ଫୁଲାବାଣୀ ଡାକ୍ତରଖାନାକୁ ଅଣାଯାଇଥିଲା।

ଫୁଲବାଣୀ ଏଡିଏମ୍‌ଓ ଡାକ୍ତର ମନୋରଞ୍ଜନ ରାଉତ କହିଛନ୍ତି,“ଝିଅଟିର ଚିକିତ୍ସା ଚାଲିଛି। ତା’ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।”



from Odisha Reporter http://bit.ly/2CqWMiq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages