ଇଣ୍ଡୋନେସିଆକୁ ୨-୦ରେ ହରାଇଲା ଭାରତୀୟ ମହିଳା ଫୁଟବଲ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଇଣ୍ଡୋନେସିଆକୁ ୨-୦ରେ ହରାଇଲା ଭାରତୀୟ ମହିଳା ଫୁଟବଲ ଟିମ୍‌

ଜାକର୍ତ୍ତା: ଆୟୋଜକ ଇଣ୍ଡୋନେସିଆକୁ ଭାରତୀୟ ମହିଳା ଫୁଟବଲ ଦଳ ଦ୍ୱିତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ୨-୦ରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ମହିଳା ଦଳ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରିଥିଲା।

ଆଜିର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ନିଜର ଦବଦବା ପ୍ରଦର୍ଶନ କରିଥିଲା। ପ୍ରଥମ ହାଫ୍‌ରେ ଭାରତ ପକ୍ଷରୁ ସଞ୍ଜୁ ଗୋଲ କରି ଭ୍ରମଣକାରୀ ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାପରେ ଇଣ୍ଡୋନେସିଆ ସ୍ଥିତି ବରାବର କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏହାକୁ ଭାରତୀୟ ରକ୍ଷଣଭାଗ ଭଣ୍ଡୁର କରିଦେଇଥିଲେ।

ମ୍ୟାଚ୍‌ ଶେଷ ହେବାକୁ ୨ ମିନିଟ୍‌ ବାକି ଥିବା ବେଳେ ଭାରତ ପକ୍ଷରୁ ଡାଙ୍ଗିମ ଗ୍ରେସ ଗୋଲ ସ୍କୋର କରି ବ୍ୟବଧାନକୁ ୨-୦ କରିଦେଇଥିଲେ। ଶେଷରେ ଭାରତ ୨-୦ରେ ମ୍ୟାଚ୍‌ ଜିତି ନେଇଥିଲା।



from Odisha Reporter http://bit.ly/2CRhk3K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages