ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ ପାଲଟିଛି କେଭି-୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ ପାଲଟିଛି କେଭି-୪

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ନିଳାଦ୍ରୀବିହାର ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୪ରେ ପାଠପଢ଼ୁଥିବା ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ଦୀର୍ଘ ତିନି ବର୍ଷ ଧରି ଏହି କେନ୍ଦ୍ରୀୟ ବିଦ୍ୟାଳୟକୁ ଜୋନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଏଜୁକେଶନ ଆଣ୍ଡ୍ ଟ୍ରେନିଂ( ଜେଡ୍‌ଆଇଇଟି) ଭାବେ ବ୍ୟବହାର କରାଯାଉଛି। ଏହା ସୀମିତ ସମୟ ପାଇଁ ଆୟୋଜନ କରାଯାଇଛି ବୋଲି ପୂର୍ବରୁ କୁହାଯାଇଥିବା ବେଳେ ଏବେ ଏହା ବର୍ଷାଧିକକାଳ ପର୍ଯ୍ୟନ୍ତ ଚାଲୁ ରହିଛି ଦର୍ଶାଇ ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଶିକ୍ଷକ, ଅଣଶିକ୍ଷକ ଏବଂ ବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ଏଠାରେ ଟ୍ରେନିଂ ପାଇଁ ଗ୍ରାଉଣ୍ଡ୍ ଫ୍ଲୋରକୁ ବ୍ୟବହାର କରାଯାଉଛି। ଫଳରେ କୁନି କୁନି ପିଲା, ଦିବ୍ୟାଙ୍ଗ ଶ୍ରେଣୀର ଛାତ୍ରଛାତ୍ରୀ ତଳୁ ଉପରକୁ ପାହାଚ ଚଢ଼ି ଯିବାରେ ଅସୁବିଧା ଭୋଗୁଛନ୍ତି।
ଖାଲି ସେତିକି ନୁହେଁ, କୁନି କୁନି ପିଲାମାନେ ଟ୍ରେନିଂ ସମୟରେ ସେଠାରେ ବିଚରଣ କରିବା ବା ଅଜାଣତରେ ପ୍ରବେଶ କରିବାରୁ ପ୍ରଶିକ୍ଷକମାନେ ବିରକ୍ତ ହେଉଛନ୍ତି ବୋଲି ଅଭିଭାବକମାନେ ଦର୍ଶାଇଛନ୍ତି।
ସୂଚନା ଅନୁସାରେ ସେଠାର ଛାତ୍ରଛାତ୍ରୀ ଓ ପ୍ରଶିକ୍ଷଣକାରୀଙ୍କ ମଧ୍ୟରେ ବ୍ୟବଧାନ ରଖି ଦୁଇଟି କାର୍ଯ୍ୟ ସୁରୁଖୁରୁରେ ପରିଚାଳନା କରିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଛାତ୍ରଛାତ୍ରୀମାନଙ୍କ କୋଳାହଳ ତଥା ଖେଳକୁଦ କରିବା ସ୍ୱାଭାବିକ ବୋଲି ଅଭିଭାବକ ଦର୍ଶାଇଛନ୍ତି।

ଏହି ସବୁ କାରଣକୁ ଭିତ୍ତିକରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଭାବକମାନେ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହସୂତା ଷଡ଼ଙ୍ଗୀ କହିଛନ୍ତି, ‘ଅଭିଭାବକ ଯେଉଁ ଅଭିଯୋଗ ଫର୍ଦ୍ଦ ପ୍ରଦାନ କରିଛନ୍ତି ମୁଁ ତାହାକୁ କେନ୍ଦ୍ରୀୟ ବିଦ୍ୟାଳୟ ଆଞ୍ଚଳିକ କର୍ଯ୍ୟାଳୟର ଡେପୁଟି କମିସନରଙ୍କ ପାଖକୁ ପଠାଇ ଦେଇଛି। ଏଭଳି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମୋ କ୍ଷମତା ପରିସରରେ ନାହିଁ’।

ଅନ୍ୟପକ୍ଷରେ ଜେଡ୍‌ଆଇଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଏସ୍‌କେ ଚୋପଦର କହିଛନ୍ତି, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବରୁ କେଭି-୩ରେ ଚାଲିଥିଲା। କିନ୍ତୁ କେଭି-୪ରେ ଅଧିକ ସ୍ଥାନ ଥିବାରୁ ଆବଶ୍ୟକତା ପଡ଼ିବାରୁ ଏଠାକୁ ସ୍ଥାନାନ୍ତର କରାଯାଇଛି। ମୁଁ ଏଠାକୁ ୨୦୧୮ ଅକ୍ଟୋବରରେ ନିର୍ଦ୍ଦେଶକ ଭାବେ ଆସିଛି। ଘଟଣା ମୋ ପୂର୍ବରୁ ଘଟିଛି, ତେଣୁ ପୂର୍ବ ଘଟଣା ସମ୍ପର୍କରେ ମୁଁ କୌଣସି ପ୍ରତିକ୍ରିୟା ଦେଇ ପାରିବି ନାହିଁ। ଆମେ ମଧ୍ୟ ଚାହୁଁଛୁ ଭୁବନେଶ୍ୱର ସହରରେ ଆମର ନିଜସ୍ୱ ବିଲ୍ଡିଂ ପ୍ରତିଷ୍ଠା କରାଯାଉ।



from Odisha Reporter http://bit.ly/2RYC9EV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages