
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ଅତ୍ୟନ୍ତ ଅସହିଷ୍ଣୁ ହୋଇଯାଇଛନ୍ତି। ନୂଆବର୍ଷର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଏନ୍ଆଇ ସଂପାଦକ ସ୍ମିତା ପ୍ରକାଶଙ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ।
ତେବେ ମୋଦିଙ୍କ ଏହି ସାକ୍ଷାତକାରକୁ ରାହୁଲ ଗାନ୍ଧି ଆଦୌ ସହ୍ୟ କରିପାରିନାହାନ୍ତି। ସେ ମୋଦିଙ୍କୁ ସମାଲୋଚନା କରିବା ବଦଳରେ ସାକ୍ଷାତକାର ନେଇଥିବା ସ୍ମିତା ପ୍ରକାଶଙ୍କ ସାମ୍ବାଦିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ସ୍ମିତାଙ୍କୁ ସହଜରେ ପ୍ରଭାବିତ ହୋଇପାରୁଥିବା ଜଣେ ସାମ୍ବାଦିକ ବୋଲି କହିଛନ୍ତି। ରାହୁଲଙ୍କ ଏଭଳି ମତକୁ ବିଜେପି ଓ ଏନ୍ୟୁଜେ(ଭାରତ) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସେହିଭଳି ରାହୁଲ କ୍ଷମା ମାଗନ୍ତୁ ବୋଲି ମଧ୍ୟ ଦାବି ହୋଇଛି।
ସ୍ମିତା ପ୍ରକାଶ ଟ୍ୱିଟ୍ କରି କହିଛନ୍ତି, “ ପ୍ରିୟ ରାହୁଲ ଗାନ୍ଧି ମହାଶୟ। ଆପଣ ସାମ୍ବାଦିକ ସମ୍ମିଳନୀ କରିବା ଏବଂ ଏଥିରେ ମୋତେ ଟାର୍ଗେଟ କରିବା ଏକ ଶସ୍ତା କଥା ଭଳି ଲାଗୁଛି। ମୁଁ ପ୍ରଶ୍ନ କରୁଥିଲି ଉତ୍ତର ଦେଉ ନଥିଲି। ଆପଣ ଶ୍ରୀ ମୋଦିଙ୍କୁ ସମାଲୋଚନା କରିବାକୁ ଚାହୁଁଛନ୍ତି, କରନ୍ତୁ। କିନ୍ତୁ ଏଥିରେ ମୋ ସାମ୍ବାଦିକତାକୁ ନେଇ ପ୍ରଶ୍ନ ଉଠାନ୍ତୁ ନାହିଁ। ଏକ ସର୍ବପୁରାତନ ରାଜନୀତିକ ଦଳର ମୁଖ୍ୟଙ୍କ ଠାରୁ ଏଭଳି କେବେ ଆଶା କରାଯାଇ ନପାରେ।”
ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଥିଲେ “ ଆପଣମାନଙ୍କ ସମ୍ମୁଖରେ ଆସି ବସିବାକୁ ତାଙ୍କର(ମୋଦି) ସାହସ ନାହିଁ। କିନ୍ତୁ ମୁଁ ଏଠିକି ଆସୁଛି, ଆପଣମାନେ ଚାହିଁଲେ ମୋତେ ପ୍ରଶ୍ନ କରିପାରିବେ। ଆପଣମାନେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ଗତକାଲି(ମଙ୍ଗଳବାର) ଦେଖିଥିବେ। ଜଣେ ସହଜରେ ପ୍ରଭାବିତ ହୋଇପାରୁଥିବା ସାମ୍ବାଦିକ ତାଙ୍କ ସାକ୍ଷାତକାର ନେଉଥିଲେ। ଯିଏ ପ୍ରଶ୍ନ କରୁଥିଲେ ସେ ହିଁ ଉତ୍ତର ଦେଉଥିଲେ।”
ଏହାକୁ ନେଇ ଏବେ ରାହୁଲଙ୍କୁ ଚାରିଆଡ଼େ ସମାଲୋଚନାର ଶିକାର ହେବାକୁ ପଡ଼ିଛି।
from Odisha Reporter http://bit.ly/2SxBtCz
No comments:
Post a Comment