ଶୀତଦିନେ ଖାଆନ୍ତୁ ସୋରିଷ ଶାଗ, ସ୍ୱାସ୍ଥ୍ୟ ପାଇଁ ରହିଛି ଏହି ସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଶୀତଦିନେ ଖାଆନ୍ତୁ ସୋରିଷ ଶାଗ, ସ୍ୱାସ୍ଥ୍ୟ ପାଇଁ ରହିଛି ଏହି ସବୁ ଫାଇଦା

sarsno-leave

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆଙ୍କ ଖାଇବା ଥାଳିରେ ପ୍ରାୟତଃ ଶାଗ ରହିଥାଏ। ଶାଗ ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ ଭିଟାମିନ୍‌, ମିନେରାଲ୍ସ ଓ ଫାଇବର୍‌ ପରି ଅନେକ ପୋଷକତତ୍ତ୍ୱ ରହିଛି। ତେଣୁ ଶାଗକୁ ପ୍ରତ୍ୟେକ ଋତୁରେ ଖାଇବା ଉଚିତ। ତେବେ ଶୀତଦିନେ ଶାଗ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ତେବେ ଆଜି ଆସନ୍ତୁ, ଶୀତ ଦିନେ ସୋରିଷ ଶାଗର ଉପକାରିତା ବିଷୟରେ ଜାଣିବା।

ଶୀତଦିନେ ସୋରିଷ ଶାଗ ଖୁବ୍‌ ଉପକାରୀ। ଏଥିରେ କାର୍ବୋହାଇଡ୍ରେଟ୍‌, ଫାଇବର୍‌, ସୁଗର୍‌, ପୋଟାସିୟମ୍‌, ଭିଟାମିନ୍‌ ଏ’, ସି’, ଡି’, ବି’- ୧୨, ମ୍ୟାଗ୍ନେସିୟମ, ଆଇରନ୍‌ ଓ କ୍ୟାଲ୍‌ସିୟମ ଭରପୂର ମାତ୍ରାରେ ଥିବା ସହ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି। ଏ ସବୁ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ଏହା ଦ୍ୱାରା କୋଲେଷ୍ଟ୍ରଲ ସ୍ତର କମ୍‌ ହେବା ସହିତ ହୃଦ୍‌ରୋଗ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ।

କ୍ୟାନସରରୁ ସୁରକ୍ଷା ଦିଏସୋରିଷ ଶାଗରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ସୋରିଷ ଶାଗ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ। ଏହି ଶାଗ ଖାଇବା ଦ୍ୱାରା ମୁତ୍ରାଶୟ, ପେଟ, ଫୁସଫୁସ୍‌ ଓ କ୍ୟାନସରଜନିତ ସମସ୍ୟାରୁ ମଧ୍ଯ ଉପସମ ମିଳିଥାଏ।

ହଜମ ଶକ୍ତି ବଢାଏ : ସୋରିଷ ଶାଗରେ ଫାଇବର୍‌ ଅଧିକ ମାତ୍ରାରେ ରହିଛି, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ।

ହୃତ୍‌ପିଣ୍ଡକୁ ସୁସ୍ଥ ରଖେ: ସୋରିଷ ଶାଗ ଖାଇବା ଦ୍ୱାରା ଶରୀରର କୋଲେଷ୍ଟ୍ରଲ୍‌ ପରିମାଣ ହ୍ରାସ ପାଇଥାଏ। ଏହା ହୃତ୍‌ପିଣ୍ଡ ଓ ଧମନୀ ସମନ୍ଧୀୟ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

ମେଟାବଲିଜମକୁ ନିୟନ୍ତ୍ରିତ ରଖେ: ସୋରିଷ ଶାଗରେ ଥିବା ଭରପୂର ମାତ୍ରାର ଫାଇବର୍‌ ଶରୀରର ମେଟାବଲିଜମ୍‌କୁ ନିୟନ୍ତ୍ରିତ ରଖିବାରେ ସକ୍ଷମ ହୋଇଥାଏ। ଫଳରେ ଶରୀରର ହଜମ ପ୍ରକ୍ରିୟା ଭଲ ଭାବେ ପରିଚାଳିତ ହୁଏ।

ଓଜନ ହ୍ରାସ କରେ: ସୋରିଷ ଶାଗରେ ଫାଇବର ଭରପୁର ମାତ୍ରାରେ ଉପଲବ୍ଧ ଥାଏ। ଯାହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ହାଡକୁ ମଜବୁତ କରେ: ସୋରିଷ ଶାଗରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌ ଓ ପୋଟାସିୟମ୍‌ ରହିଛି। ଏହାକୁ ନିୟମିତ ଖାଇଲେ ଶରୀରରେ ହାଡ଼ ଶକ୍ତ ହୋଇଥାଏ ଏବଂ ଏ ସମ୍ମନ୍ଧିତ ବିଭିନ୍ନ ସମସ୍ୟାରୁ ବି ମୁକ୍ତି ମିଳିଥାଏ। 

ଦୃଷ୍ଟି ଶକ୍ତି ବଢ଼ାଏ: ସୋରିଷ ଶାଗରେ ଭିଟାମିନ୍‌-ଏ’ ଭରପୁର ରହିଛି। ଏହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।



from Odisha Reporter http://bit.ly/2Bdy6tK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages