କଜଳକଣା ବସ୍‌ ଦୁର୍ଘଟଣାର ତଦନ୍ତ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

କଜଳକଣା ବସ୍‌ ଦୁର୍ଘଟଣାର ତଦନ୍ତ ଆରମ୍ଭ

accident

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାରର କଜଳକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ତନାଘନା ଆରମ୍ଭ ହୋଇଛି। କଟକ ଆରଟିଓ ଦୀପ୍ତିରଞ୍ଜନ ପାତ୍ର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏମ୍‌ଭିଆଇ, ତଦନ୍ତକାରୀ ପୁଲିସ ଅଧିକାରୀ ଏବଂ ଯନ୍ତ୍ରୀଙ୍କୁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଦୁର୍ଘଟଣାରେ ଆହତ ୬ ଜଣଙ୍କ ଚିକିତ୍ସା ଏସ୍‌ସିବିରେ ଚାଲିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନୁଗୋଳ ଜିଲ୍ଲା ନାଲକୋ ନଗରର ଦୁର୍ଯ୍ୟୋଧନ ମହାନ୍ତିଙ୍କ ଭାଇ ଯୁଧିଷ୍ଠିର ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ଚୌଦ୍ୱାର ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଚଲାଇଛି।

ଗତକାଲି ହୋଇଥିବା ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ଅନୁଗୋଳରୁ କଟକ ଆସୁଥିବା ‘ନୀଳକଣ୍ଠ’ ନାମକ ଘରୋଇ ବସ୍‌ କଜଳକଣା ନିକଟରେ ବାଲିଗଦା ଉପରେ ଚଢ଼ି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।



from Odisha Reporter http://bit.ly/2sEghiK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages