ବୁଧବାରଠାରୁ ଟିମ୍‌ ଇଣ୍ଡିଆର ନ୍ୟୁଜିଲ୍ୟାଣ୍ଡ ଚ୍ୟାଲେଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ବୁଧବାରଠାରୁ ଟିମ୍‌ ଇଣ୍ଡିଆର ନ୍ୟୁଜିଲ୍ୟାଣ୍ଡ ଚ୍ୟାଲେଞ୍ଜ

ନାପିଅର: ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରି ମନୋବଳ ଦୃଢ଼ କରିଥିବା ଟିମ୍‌ ଇଣ୍ଡିଆ ଆସନ୍ତକାଲିଠାରୁ ନ୍ୟୁଜିଲ୍ୟାଣ୍ଡ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୫ଟିକିଆ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ନାପିଅର ସ୍ଥିତ ମ୍ୟାକଲେନ୍‌ ପାର୍କରେ ଭାରତୀୟ ସମୟ ସକାଳ ୭.୩୦ରେ ଆରମ୍ଭ ହେବ।

ଅଷ୍ଟ୍ରେଲିଆ ଗସ୍ତରେ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ଆଦୌ ହାଲୁକା ଭାବେ ନେବନାହିଁ। ବିଶ୍ୱକପ୍‌ ପୂର୍ବରୁ ଟିମ୍‌ କମ୍ବିନେସନ୍‌କୁ ଗୁରୁତ୍ୱ ଦେବାକୁ ଭାରତ ଏହି ସିରିଜ୍‌ରେ ଚେଷ୍ଟା କରିବ। ମଧ୍ୟକ୍ରମରେ ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆରେ ଲଗାତର ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ସତ କିନ୍ତୁ ନ୍ୟୁଜିଲ୍ୟାଣ୍ଡ ପେସ୍‌ ବାହିନୀକୁ ମୁକାବିଲା କରିବା ଭାରତୀୟ ଟିମ୍‌ ପାଇଁ ଆଦୌ ସହଜ ହେବନାହିଁ। ନ୍ୟୁଜିଲ୍ୟାଣ୍ଡ ପାଖରେ ଲୁକି ଫରଗୁସନ, ଟିମ୍‌ ସାଉଦି ଓ ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ଦ୍ରୁତ ବୋଲର ବାହିନୀ ରହିଛନ୍ତି।

ସେହିପରି ରେକର୍ଡ ମଧ୍ୟ ଘରୋଇ ଦଳ ସପକ୍ଷରେ ରହିଛି। ଭାରତ ନ୍ୟୁଜିଲ୍ୟାଣ୍ଡରେ ୩୫ଟି ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୧୦ଟିରେ ଜିତିଛି। ତେଣୁ ଭାରତ କେବେ ହେଲେ ନ୍ୟୁଜିଲ୍ୟାଣ୍ଡକୁ ସହଜରେ ନେବନାହିଁ ଏକଥା ଖୋଦ୍‌ ଅଧିନାୟକ ବିରାଟ୍‌ କୋହଲି ମଧ୍ୟ କହିଛନ୍ତି। ସେ କହିଛନ୍ତି,“ନ୍ୟୁଜିଲ୍ୟାଣ୍ଡ ଟିମ୍‌ରେ ଅନେକ ଦକ୍ଷ ଖେଳାଳି ଅଛନ୍ତି। ସେମାନେ ବିଶ୍ୱରେ ୩ ନଂ ଦଳ। ଏଇ କିଛି ବର୍ଷ ହେଲାଣି ସେମାନେ ସ୍ଥିରତା ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ପାଖରେ ଉପଯୁକ୍ତ ସନ୍ତୁଳନ ରହିଛି। ତେଣୁ ଆମେ କେବେହେଲେ ଏହାକୁ ହାଲୁକା ଭାବେ ନେବୁନାହିଁ।”

ଭାରତ ପାଇଁ ଆସନ୍ତାକାଲି ମୁଖ୍ୟ ସମସ୍ୟା ହେଉଛି ଶିଖର ଧୱନଙ୍କ ଫର୍ମ, ଧୋନିଙ୍କୁ ଉପଯୁକ୍ତ ବ୍ୟାଟିଂ ଅର୍ଡର ଓ ବୋଲରଙ୍କ ଶାଣିତ ବୋଲିଂ। ଧୱନଙ୍କ ପାଖରେ ଦକ୍ଷତା ଅଛି, ହେଲେ ଗତ ୯ଟି ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୩୫, ଯାହା ଦଳକୁ ଚିନ୍ତାରେ ପକାଇଛି। ଏଥିପାଇଁ ଦଳ ଅନ୍ୟତମ ଓପନର୍‌ ଭାବେ ଶୁଭମନ୍‌ ଗିଲ୍‌ଙ୍କୁ ରଖିଛି। ହେଲେ ଧୱନଙ୍କୁ ଡ୍ରପ୍‌ କରି ଶୁଭମାନ୍‌ଙ୍କୁ ସୁଯୋଗ ଦେଇ ଟିମ୍‌ ମ୍ୟାନେଜମେଣ୍ଟ କେବେ ହେଲେ ରିସ୍କ ନେବନାହିଁ।

ଟିମ୍‌ ଇଣ୍ଡିଆର ଆଉ ଏକ ସମସ୍ୟା ହେଉଛି ନଂ ୪। ଅଷ୍ଟ୍ରେଲିଆ ବିପକ୍ଷରେ ଧୋନି ୪ ନଂ ସ୍ଥାନରେ ବ୍ୟାଟିଂ କରି ଜଲୱା ଦେଖାଇଥିଲେ। କିନ୍ତୁ ବିରାଟ୍‌ ତାଙ୍କୁ ୫ ନଂ ସ୍ଥାନରେ ଖେଳାଇବାକୁ ଚାହୁଁଛନ୍ତି। ଏପରି ସ୍ଥିତିରେ ଦଳ କାହାକୁ ୪ ନଂରେ ଖେଳାଇବ, ତାକୁ ନେଇ ଦ୍ୱନ୍ଦ୍ୱରେ ରହିବ। ଅମ୍ବାତି ରାୟୁଡୁ ପୂର୍ବରୁ ୪ନଂରେ ଖେଳୁଥିଲେ, ହେଲେ ସେ ଏବେ ଆଉଟ୍‌ ଅଫ୍‌ ଫର୍ମ ରହିଛନ୍ତି।

ବୋଲିଂରେ ଦଳ ସେତେଟା ପରିବର୍ତ୍ତନ ନ କରିପାରେ। ପେସ୍‌ ବାହିନୀର ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ ସହ ଅଲରାଉଣ୍ଡର ବିଜୟ ଶଙ୍କର ରହିବା ଏକ ପ୍ରକାର ନିଶ୍ଚିତ। ସେହିପରି ସ୍ପିନ୍ ବାହିନୀର ଦାୟିତ୍ୱ ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦର ଚହଲଙ୍କ ହାତରେ ରହିବ। କେଦାର ଯାଦବ ତୃତୀୟ ସ୍ପିନିଂ ଅଲରାଉଣ୍ଡର ଭାବେ ଉଭୟଙ୍କୁ ସହଯୋଗ କରିବେ। ଦୀନେଶ କାର୍ତ୍ତିକ ବ୍ୟାଟସ୍‌ମ୍ୟାନ୍‌ ଭାବେ ଦଳରେ ସୁଯୋଗ ପାଇବେ।

ନ୍ୟୁଜିଲ୍ୟାଣ୍ଡ ସ୍କାଡ୍‌: କେନ୍‌ ୱିଲିମସନ୍‌(ଅଧିନାୟକ),ଟ୍ରେଣ୍ଟ ବୋଲ୍ଟ,ଡଗ୍‌ ବ୍ରାସୱେଲ, କଲିନ୍‌ ଡି ଗ୍ରାଣ୍ଡହୋମ, ଲୁକି ଫରଗୁସନ୍‌,ମାର୍ଟିନ ଗପ୍ଟିଲ, ମ୍ୟାଟ୍‌ ହେନରୀ,ଟମ୍‌ ଲାଥାମ,କଲିନ୍‌ ମନରୋ, ହେନରୀ ନିକୋଲସ୍‌, ମିଚେଲ ସାଣ୍ଟନର,ଇଶ ଶୋ‍ଢ଼ି, ଟିମ୍‌ ସାଉଦି ଓ ରସ୍‌ ଟେଲର

ଭାରତୀୟ ସ୍କ୍ୱାଡ୍‌: ଶିଖର ଧୱନ, ରୋହିତ ଶର୍ମା, ବିରାଟ୍‌ କୋହଲି(ଅଧିନାୟକ), ଅମ୍ବାତି ରାୟୁଡୁ,କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ବିଜୟ ଶଙ୍କର, ଶୁଭମାନ ଗିଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ୟୁଜବେନ୍ଦର ଚହଲ ଓ ଖଲୀଲ ଅହମ୍ମଦ।



from Odisha Reporter http://bit.ly/2sFyGMj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages