ବରୁଣ ଧୱନ୍‌ଙ୍କ ସହ ଏକାଠି ଆସିବେ ସାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ବରୁଣ ଧୱନ୍‌ଙ୍କ ସହ ଏକାଠି ଆସିବେ ସାରା

ମୁମ୍ବାଇ: ସୈଫ୍ ନନ୍ଦିନୀ ସାରା ଅଲି ଖାନ୍‌ଙ୍କ ପାଇଁ ବିଦାୟୀ ୨୦୧୮ ବେଶ୍ ଲକି ଥିଲା। ଗତ ଡିସେମ୍ବର ପ୍ରଥମ ସପ୍ତାହରେ ‘କେଦାରନାଥ’ ଜରିଆରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହାପରେ ସେହି ମାସର ଶେଷ ସପ୍ତାହରେ ଆସିଥିଲା ଫିଲ୍ମ ‘ସିମ୍ବା’। ଉଭୟ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଛି। ‘ସିମ୍ବା’ ତ ଏ ଯାଏ ୨୦୦ କୋଟିରୁ ଅଧିକ ଆୟ କରିସାରିଲାଣି। ଗୋଟିଏ ମାସରେ ବ୍ୟାକ୍‌ ଟୁ ବ୍ୟାକ୍‌ ଦୁଇଟି ହିଟ୍ ଫିଲ୍ମ ଦେବା ପରେ ସାରାଙ୍କ ଡିମାଣ୍ଡ ଇଣ୍ଡଷ୍ଟ୍ରୀରେ ବି ବଢ଼ିବାରେ ଲାଗିଛି।

ବି’ ଟାଉନ୍‌ର ଅନେକ ନାମୀ ଦାମୀ ସେଲିବ୍ରିଟି ଏବେ ସାରାଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କଲେଣି। ନିକଟରେ ଇମ୍ରାନ୍‌ ହାସ୍‌ମୀ ମଧ୍ୟ ସାରାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଉ ଏବେ ସୂଚନା ମିଳିଛି ଯେ ଆଗକୁ ସାରା ବରୁଣ ଧୱନ୍‌ଙ୍କ ସହ ଏକାଠି ଗୋଟିଏ ଫିଲ୍ମ୍‌ରେ ନଜର ଆସିପାରନ୍ତି।

ଫିଲ୍ମ ‘ଜୁଡୱା-୨’ର ସଫଳତା ପରେ ଡେଭିଡ୍‌ ଧୱନ୍‌ ନିଜର ଆଉ ଏକ କମେଡି ଫିଲ୍ମର ରିମେକ୍‌ କରିବାକୁ ଯାଉଛନ୍ତି। ଡେଭିଡ୍‌ ୯୦ ଦଶକର ସୁପର ହିଟ୍‌ ଫିଲ୍ମ ‘କୁଲି ନମ୍ବର ୱାନ୍’ର ରିମେକ୍‌ ଖୁବ୍‌ଶୀଘ୍ର ଆରମ୍ଭ କରିବେ। ଡେଭିଡ୍‌ ଏହି ଫିଲ୍ମ ଗୋବିନ୍ଦାଙ୍କୁ ନେଇ କରିଥିଲେ। ତେବେ ଏହାର ରିମେକ୍‌ରେ ବରୁଣ ଧୱନ୍ ଫିଲ୍ମର ଲିଡ୍‌ ରୋଲ୍‌ରେ ନଜର ଆସିବେ। ତେବେ ଫିଲ୍ମର ଲିଡ୍‌ ଆକ୍ଟ୍ରେସ୍ ପାଇଁ ସାରା ଅଲି ଖାନ୍‌ଙ୍କ ନାଁ ସର୍ବାଗ୍ରେ ରହିଥିବା ଚର୍ଚ୍ଚା ହେଉଛି।

ଏହା ପୂର୍ବରୁ ସାରା କରନ୍‌ ଜୋହର୍‌ଙ୍କ ଟକ୍‌ ଶୋ’ ‘କଫି ୱିଥ୍‌ କରନ୍’ରେ କହି ସାରିଛନ୍ତି ଯେ ସେ ବରୁଣ ଧୱନଙ୍କ ସହ କାମ କରିବାକୁ ନେଇ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବରୁଣଙ୍କ ସହ ସ୍କ୍ରିନ୍‌ ସେୟାର କରିବା ତାଙ୍କର ଏକ ସ୍ୱପ୍ନ ମଧ୍ୟ ରହିଛି। କିଛିଦିନ ପୂର୍ବରୁ ସାରାଙ୍କୁ ବରୁଣ ଧୱନଙ୍କ ଅଫିସ୍‌ ବାହାରେ ମଧ୍ୟ ଦେଖିବାକୁ ମିଳିଥିଲା।



from Odisha Reporter http://bit.ly/2RNU2Ff

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages