
ନୂଆଦିଲ୍ଲୀ: ସମସ୍ତଙ୍କୁ ଭୟଭୀତ କରିବା ଭଳି ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ୪ଟି ବଡ଼ବଡ଼ ସିଂହ ଚାଲୁଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ସିଂହମାନଙ୍କ ପଛରେ ଏକାଧିକ କାର୍ ଧୀରେଧୀରେ ଆସୁଥିବାର ଦୃଶ୍ୟ ରହିଛି। ଏହି ଭିଡିଓଟି ‘Lions Of Kruger Park And Sabi Sand’ ନାମକ ଏକ ଫେସ୍ବୁକ୍ ପେଜ୍ ପକ୍ଷରୁ ଶେୟାର କରାଯାଇଛି। ଏହାପରେ ଏହାକୁ ସହସ୍ରାଧିକ ଲୋକ ଶେୟାର କରିବା ସହ ୨ ମିଲିୟନ୍ ଲୋକ ଦେଖିସାରିଲେଣି।
ଏହି ଭିଡିଓଟି ଦକ୍ଷିଣ ଆଫ୍ରିକାର କୁରଗେର ନ୍ୟାଶନାଲ ପାର୍କ ନିକଟରେ ରେକର୍ଡ ହୋଇଥିବା ଦୃଶ୍ୟ। ଦୁଇ ସପ୍ତାହ ତଳେ ଫେସବୁକ୍ରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ୩୪ ହଜାର ଶେୟାର ମିଳିଛି।
ଦେଖନ୍ତୁ ଭିଡିଓ
from Odisha Reporter http://bit.ly/2TI8r3d
No comments:
Post a Comment