
ରାୟପୁର: ରାଜନେତାମାନେ ବିରୋଧୀଙ୍କୁ ଟାର୍ଗେଟ କରି ସାଧାରଣତଃ କୁମ୍ଭୀର କାନ୍ଦଣା କଥା ଉଠାଇଥାନ୍ତି। ହେଲେ ଆପଣ କେବେ ପ୍ରକୃତରେ ଗୋଟିଏ କୁମ୍ଭୀରର ମୃତ୍ୟୁ ନେଇ ଲୋକେ କାନ୍ଦିବା କଥା ଶୁଣିଛନ୍ତି କି? ତେବେ ଏମିତି ଏକ ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଛି। ଯାହାକୁ ନେଇ ସୋଶାଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।
ଛତିଶଗଡ଼ର ବେମତରା ବବାମୋହତରା ଗାଁରେ ମଙ୍ଗଳବାର ଦିନ ସ୍ଥାନୀୟ ପୋଖରରେ ରହୁଥିବା ଏକ ୧୩୦ ବର୍ଷର କୁମ୍ଭୀରର ମୃତ୍ୟୁ ହୋଇଥିଲା। କୁମ୍ଭୀରର ନାଁ ରଖାଯାଇଥିଲା ଗଙ୍ଗାରାମ। ତା’ର ଅନ୍ତିମ ସଂସ୍କାରରେ ପାଖାପାଖି ୫ଶହ ଲୋକ ସାମିଲ ହୋଇଥିଲେ।
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୁମ୍ଭୀରର ବୟସ ପାଖାପାଖି ୧୩୦ ବର୍ଷରୁ ଅଧିକ ହେବ। ଏହାର ଲମ୍ବ ତିନି ମିଟର। ମଙ୍ଗଳବାର ସକାଳେ ସ୍ଥାନୀୟ ପୋଖରୀରେ ଏହାର ମୃତଦେହ ଭାସୁଥିବା ଦେଖି ଗାଁ ଲୋକମାନେ ଏକାଠି ହୋଇଥିଲେ। ଏହାପରେ ତାକୁ ଉଦ୍ଧାର କରାଯାଇଥିଲା। ଗାଁ ଲୋକଙ୍କ ଉପସ୍ଥିତିରେ କୁମ୍ଭୀରର ଶବବ୍ୟବଚ୍ଛେଦ କରାଯାଇଥିଲା। ପରେ ଏହାକୁ ଗାଁ ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଲୋକମାନେ ଗଙ୍ଗାରାମଙ୍କୁ ସେହି ଗାଁରେ ହିଁ ସମାଧି ଦେଇଥିଲେ।
ଗଙ୍ଗାରାମକୁ ବିଦାୟ ଜଣାଇବା ପାଇଁ ଏକ ଟ୍ରାକ୍ଟରରେ ତା’ର ମୃତଦେହକୁ ରଖାଯାଇଥିଲା। ଏହାକୁ ଗାଁ ପରିକ୍ରମା କରାଯାଇଥିଲା। ଏହି ସମୟରେ କୁମ୍ଭୀରଟି ଉପରେ ଫୁଲ ବର୍ଷା ହେବା ସହ ଲୋକମାନେ କାନ୍ଦିବା ମଧ୍ୟ ଆରମ୍ଭ କରିଦେଇଥିଲେ। ଗାଁର ମୁଖ୍ୟ ପୋଖରୀରେ ଗଙ୍ଗାରାମ ରହୁଥିଲେ ହେଁ କେବେ କାହାର କ୍ଷତି କରି ନଥିଲା। ଏପରି କି ଛୋଟ ପିଲାମାନେ ତା’ ପାଖରେ ବୁଲୁଥିଲେ ହେଁ ସେ କେବେ ହେଲେ ସେମାନଙ୍କୁ ଆକ୍ରମଣ କରେ ନାହିଁ। ତାକୁ ଗାଁ ଲୋକମାନେ ପ୍ରତିଦିନ ଭାତ ଓ ଡାଲି ଖାଇବାକୁ ଦେଉଥିଲେ।
ଦେଖନ୍ତୁ ଭିଡିଓ
ସୌଜନ୍ୟ ହିନ୍ଦୁସ୍ତାନ ଟାଇମ୍ସ
https://youtu.be/UbVoxgHIz5Y
from Odisha Reporter http://bit.ly/2SPw4Hd
No comments:
Post a Comment