ନବୀନ ଖେଳିଲେ ନିର୍ବାଚନୀ କାର୍ଡ: ମହିଳା ଏସଏସଜିକୁ ବିନା ସୁଧରେ ଋଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ନବୀନ ଖେଳିଲେ ନିର୍ବାଚନୀ କାର୍ଡ: ମହିଳା ଏସଏସଜିକୁ ବିନା ସୁଧରେ ଋଣ

ପୁରୀ(ଓଡ଼ିଶା ରିପୋର୍ଟର): ମହିଳାଙ୍କ ପ୍ରତି ରାଜ୍ୟରେ ବଢ଼ୁଥିବା ହିଂସା ଓ ଅତ୍ୟାଚାର ଯୋଗୁ ବ୍ୟାକଫୁଟରେ ଥିବା ବିଜେଡି ସରକାର ଆଜି ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବିନା ସୁଧରେ ଋଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳା ଏସଏଚଜିଗୁଡ଼ିକ ଏବେ ୧ ପ୍ରତିଶତ ସୁଧରେ ଋଣ ପାଉଛନ୍ତି।

ଆଜି ପୁରୀରେ ମହିଳା ଏସଏଚଜି ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ମହିଳା ଏସଏଚଜିଗୁଡ଼ିକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ଏହା ଦ୍ୱାରା ରାଜ୍ୟର ୬ଲକ୍ଷ ମହିଳା ଏସଏଚଜିର ୭୦ଲକ୍ଷ ମହିଳା ଉପକୃତ ହେବେ। ଏହାଛଡ଼ା ପ୍ରତ୍ୟେକ ନୂଆ ମହିଳା ଏସଏଚଜିକୁ ୧୫ହଜାର ଟଙ୍କାର ମୂଳ ପାଣ୍ଠି, ବ୍ଲକସ୍ତରୀୟ ମହିଳା ଏସଏଚଜି ମହାସଂଘକୁ ୨୫ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଓ ମୋବାଇଲ ଫୋନ୍ କିଣିବା ପାଇଁ ୩ହଜାର ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୦୧ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୮ବର୍ଷ ପରେ ଏହା ନିରବ ବିପ୍ଲବରେ ପରିଣତ ହୋଇଛି। ଏହା ରାଜ୍ୟର ସାମାଜିକ ଓ ଅର୍ଥନୀତିକ ପରିବର୍ତ୍ତନରେ ଯୋଗଦାନ ଦେଇପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ମହିଳା ଏସଏଚଜି ମହାସମାବେଶରେ ପୁରୀ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଓ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।



from Odisha Reporter http://bit.ly/2CQ7yjo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages