କ’ଣ ପାଇଁ ଓଡ଼ିଆ ଘରେ ପାଳନ ହୁଏ ‘ବକୁଳ ଅମାବାସ୍ୟା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

କ’ଣ ପାଇଁ ଓଡ଼ିଆ ଘରେ ପାଳନ ହୁଏ ‘ବକୁଳ ଅମାବାସ୍ୟା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବକୁଳ ଅମାବାସ୍ୟା। ପାରମ୍ପରିକ ଓଡ଼ିଆ ଶୈଳୀରେ କହିଲେ ଆଜି ହେଉଛି ‘ବଉଳ ଅମାସିଆ’। ଆମ୍ବଗଛ ଫଳବତୀ ହେବାର ଉତ୍ସବଟିଏ। ଯାହାକୁ ଓଡ଼ିଶାର ଲୋକେ ଘରେ ଘରେ ଉତ୍ସବ ଭାବେ ପାଳନ କରାଯାଇଥାଏ। ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର ପିଠା ପ୍ରସ୍ତୁତ ହୋଇ ବଉଳି ଥିବା ଆମ୍ବଗଛରେ ବାନ୍ଧି ପୂଜା କରାଯାଏ। ଯାହାକୁ କୁହାଯାଏ ଗଇଁଠା। ଗର୍ଭବତୀ ମହିଳାଙ୍କୁ ପୂଜିବା ଭଳି ଫଳବତୀ ବୃକ୍ଷକୁ ଏହି ଉତ୍ସବରେ ପୂଜିବାର ଅନନ୍ୟ ପରମ୍ପରା ଏହି ଉତ୍ସବରେ ଦେଖିବାକୁ ମିଳେ। ମଣିଷ କାହାକୁ ପୂଜା କରିବା କଥା ନ କରିବା କଥା ସେ ଯୁକ୍ତିରୁ ଊର୍ଦ୍ଧ୍ୱରୁ ଉଠି ପ୍ରକୃତିର ସବୁ ଉପାଦାନ ଯେ, ପୂଜ୍ୟ ତାହା ଏହି ପର୍ବଟି ପ୍ରମାଣିତ କରେ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆଙ୍କ ଇଷ୍ଟ ହୋଇଥିବାରୁ ମହାପ୍ରଭୁଙ୍କ ପାଖରେ ମଧ୍ୟ ଏହି ଦିନ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ। ବକୁଳ ଅମାବାସ୍ୟା (ପୌଷ ଅମାବାସ୍ୟା) ଦିନ ଅବକାଶ ପରେ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଆଜ୍ଞାମାଳ ଲାଗି ହୋଇଥାଏ। ସକାଳ ଧୂପ ଉଠିବା ସମୟରେ ରୋଷଘରୁ “ବଉଳ-ଗଇଁଠାତାଟ ଛାମୁକୁ ଆସି ମୁଦିରଥ ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ। ପ୍ରସାଦ ଲାଗି କଲାପରେ ସକାଳଧୂପ ପୂଜା ଓ ବନ୍ଦାପନା ସମ୍ପନ୍ନ ହୁଏ। ଜଗନ୍ନାଥ ମହାପ୍ରଭୁଙ୍କ ବଉଳ ମଧ୍ୟ ଲାଗି ହେଉଥିବା କୁହାଯାଏ।

କେମିତି ପ୍ରସ୍ତୁତ ହୁଏ ବଉଳ ଗଇଁଠା

ସାମଗ୍ରୀ: ଅଟା/ଚାଉଳ ଚୂନା, ନଡ଼ିଆ, ଲୁଣ

ପ୍ରଣାଳି: ପ୍ରଥମେ ପାଣି ଗରମ କରି ତା ମଧ୍ୟରେ ଲୁଣ, କୋରା ହୋଇଥିବା ନଡ଼ିଆ ଓ ଅଟା ବା ଚାଉଳ ଚୁନାକୁ ପକାଇ ଖଳି ତିଆରି କରାଯାଏ। ପରେ ଏହାକୁ ମୁଠା କରି ଲମ୍ବା ଗୁଳା ଗୁଳାର ଆକାର ଦିଅନ୍ତୁ। ହାଣ୍ଡିରେ ପାଣି ଦେଇ ଏହା ଉପରେ କନା ରଖି ଏହି ଗୁଳାକୁ ସିଝାନ୍ତୁ। ପ୍ରସ୍ତୁତ ହୋଇଯିବ ବଉଳ ଗଇଁଠା।



from Odisha Reporter http://bit.ly/2QpqwB4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages