‘ସେଲଫି ୱିଥ୍ ସିଏମ୍’ ବନାମ ବିଜେପିର ‘ସେଲଫି ୱିଥ୍ ଓଡ଼ିଆ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

‘ସେଲଫି ୱିଥ୍ ସିଏମ୍’ ବନାମ ବିଜେପିର ‘ସେଲଫି ୱିଥ୍ ଓଡ଼ିଆ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପକ୍ଷରୁ ୪ ଜିଲ୍ଲାରେ ‘ସେଲଫି ୱିଥ୍ ସିଏମ୍’ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ବିଜେପି ‘ସେଲଫି ୱିଥ୍ ଓଡ଼ିଆ’ ଅଭିଯାନ ଆରମ୍ଭ କରିବ। ରାଜ୍ୟର ସାଢ଼େ ୪କୋଟି ଓଡ଼ିଆଙ୍କ ସହ ସେଲଫି ଉଠାଇବା କାର୍ଯ୍ୟକ୍ରମକୁ ଆଜି ବିଜେପି ଯୁବମୋର୍ଚ୍ଚା ଆରମ୍ଭ କରିବା ସହ ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବ ବୋଲି ଘୋଷଣା କରିଛି। ଏହାସହିତ ରାଜ୍ୟର ବେକାର ସମସ୍ୟା ବୃଦ୍ଧି ପ୍ରତିବାଦରେ ଆସନ୍ତା ୨୮ତାରିଖରେ ସବୁ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ ନିମନ୍ତେ ମଧ୍ୟ ନିଷ୍ପତ୍ତି ନେଇଛି।

ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛିା ମୁଖ୍ୟମନ୍ତ୍ରୀ ଗୋଟିଏପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ ଯୁବକମାନେ ଏଠି କାମ ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତିା ବିଶେଷ କରି ଯୁବପିଢ଼ିଙ୍କୁ ନିଯୁୁକ୍ତି ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ଏବଂ ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାର ଯୋଗାଇ ଦେବା ଦାବି ନେଇ ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୮ ତାରିଖରେ ରାଜ୍ୟର ସମସ୍ତ ଜିଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ଏହାସହିତ ଆଜି ‘ସେଲଫି ୱିଥ୍ ଓଡ଼ିଆ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଅନୁଯାୟୀ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଓଡ଼ିଆ ଲୋକଙ୍କ ସହ ସେଲଫି ନେଇ ସେମାନଙ୍କ ସମସ୍ୟା ଶୁଣିବେ। ଯୁବ କାର୍ଯ୍ୟକର୍ତ୍ତାମାନେ ସାଢେ ୪ କୋଟି ଓଡ଼ିଆଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀ ତ୍ରିପାଠୀ ଗଞ୍ଜାମ ଜିଲ୍ଲାର ଜଣେ ଭିକ୍ଷୁକ ସହ ସେଲଫି ଉଠାଇ ତାର ସମସ୍ୟା ଶୁଣିଥଲେ। ବିଏ ପାସ କରି ପୁଅ ବେକାର ହୋଇ ଘରେ ବସିଥିବା କଥା ଭିକ୍ଷୁକ ଜଣକ କହିବା ସହ ରାଜ୍ୟ ସରକାରଙ୍କ ଯୁବ ମାରଣ ନୀତିକୁ ବିରୋଧ କରିଥିଲେ। ଅନ୍ୟପଟେ ଶ୍ରୀ ତ୍ରିପାଠୀ ‘ସେଲଫି ୱିଥ୍ ସିଏମ’ କାର୍ଯ୍ୟକ୍ରମକୁ ସମାଲୋଚନା କରି କହିଛନ୍ତି, ରାଜ୍ୟରେ ବିଭିନ୍ନ ସମସ୍ୟାର ସମାଧାନ ନକରି ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ନଯାଇ ସାଧାରଣ ଲୋକଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି ଡିଜିଟାଲ ମାଧ୍ୟମରେ ସେଲଫି ନେବାକୁ କହିବା ଅତ୍ୟନ୍ତ ନିନ୍ଦନୀୟ।

ସମାଜର ସବୁଠାରୁ ବଡ଼ ବର୍ଗ ଯୁବସମାଜଙ୍କୁ ନବୀନ ସରକାର ଧୋକା ଦେଇଚାଲିଛନ୍ତି। ଯେଉଁ ପର୍ଯ୍ୟନ୍ତ ରାଜ୍ୟସରକାର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ନାହାନ୍ତି ସେପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।



from Odisha Reporter http://bit.ly/2CR87bR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages