
ନୂଆଦିଲ୍ଲୀ: ଫେସବୁକ୍ର ଫଟୋ ଅର୍ଗାନାଇଜର ଆପ୍ ‘ମୋମେଣ୍ଟସ୍’କୁ ଆରମ୍ଭ କରିବାର ପ୍ରାୟ ୩ ବର୍ଷ ପରେ ବନ୍ଦ କରିବ ଫେସବୁକ୍।
ଏହି ସେବା ଜରିଆରେ ଫେସବୁକ୍ ଆପଣଙ୍କ ଫୋନ୍ରେ ଥିବା ଫଟୋମାନଙ୍କୁ ନେଇ ସେଭ୍ କରି ରଖୁଥିଲା। ତେବେ ଏହା ଆସନ୍ତା ଫେବୃଆରୀ ୨୫ ତାରିଖରେ ବନ୍ଦ ହୋଇଯିବ ବୋଲି ଜଣାଯାଇଛି। ଏହାକୁ ବନ୍ଦ କରିବାର ପ୍ରକୃତ କାରଣ ଏଯାଏ ଜଣାନପଡ଼ୁଥିଲେ ମଧ୍ୟ ଏହାର ଲୋକପ୍ରିୟତା ବେଶ କମ୍ ରହିବାରୁ ଏପରି କରାଯାଇଥଇବା କୁହାଯାଉଛି।
ତେବେ ଫେସବୁକ ଗୋଟିଏ ବୈଶିଷ୍ଟ୍ୟକୁ ବନ୍ଦ କରି ପୁଣି ନୂଆ ନୂଆ ମଜାଦାର ଆପ୍ ଆଣି ବ୍ୟବହାରକାରୀଙ୍କ ଅନୁଭୂତିକୁ ରଙ୍ଗିନ୍ କରିଆସିଛି। ଗତବର୍ଷ ହିଁ ଫିଟ୍ନେସ୍ ଆପ୍ଲିକେସନ୍କୁ ଫେସବୁକ୍ ବନ୍ଦ କରିଥିଲା।
ଫେସବୁକ୍ର ପ୍ରଡକ୍ଟ ଡାଇରକ୍ଟର ରୁଷଭ ଦୋଶୀଙ୍କ କହିବା ଅନୁଯାୟୀ, “ଲୋକେ ଏଥିରେ ଫଟୋ ସେଭ୍ କରି ରଖିବେ ବୋଲି ଏହାକୁ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହାକୁ ବନ୍ଦ କରିବାକୁ ହେବ। ଆମେ ବୁଝୁଛୁ ଫଟୋ ସେଭ୍ କରି ରଖିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମେ ଫେସବୁକ୍ ଆପ୍ଲିକେସନ୍ରେ ଏହି ସୁବିଧା ଦେବା ବଜାୟ ରଖିବୁ।”
from Odisha Reporter http://bit.ly/2Rg3YTH
No comments:
Post a Comment