ଘରେ ପ୍ରସ୍ତୁତ କରନ୍ତୁ ‘ମଶରୁମ୍‌ ପନିର୍‌ ପଲାଉ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଘରେ ପ୍ରସ୍ତୁତ କରନ୍ତୁ ‘ମଶରୁମ୍‌ ପନିର୍‌ ପଲାଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ମଶରୁମ୍‌ ପନିର୍‌ ପଲାଉ’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ବଟନ୍‌ ମଶରୁମ, ଛୋଟ ଛୋଟ ଖଣ୍ଡ ପନିର୍‌ ଏକ କପ୍, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ। ଏବେ କଡ଼େଇରେ ଦୁଇ ଚାମଚ ଘିଅ ଗରମ କରି ସେଥିରେ ସେଥିରେ ଡାଳଚିନି, ଲବଙ୍ଗ ଓ ଗୁଜୁରାତି ସହ କଟା ପିଆଜକୁ ପକାଇ ଭାଜନ୍ତୁ । ପରେ ସେଥିରେ ଅଦା ଓ ରସୁଣ ବଟା ଓ ଟମାଟୋ ପେଷ୍ଟ ପକାଇ କଷନ୍ତୁ ।

ମସଲାରୁ ବାସ୍ନା ଆସିଲେ ସେଥିରେ ମଶରୁମ୍, ପନିର୍‌ ଏବଂ ଗରମ ମସଲା ପାଉଡର୍‌ ପକାନ୍ତୁ। ଏବେ କାଜୁ ବଟା ,ଏକ କପ୍ ପାଣି ଓ ଲୁଣ ସେଥିରେ ମିଶାନ୍ତୁ। ହାଲୁକା ଆଂଚରେ ଅଳ୍ପ ସମୟ ବସାଇ ମସଲାକୁ ଟିକେ ବହଳିଆ ରଖନ୍ତୁ। ପଲାଉ କରିବା ପାଇଁ ବଳକା ଘିଅ ଆଉ ଏକ ପାତ୍ରରେ ଗରମ କରି ସେଥିରେ ବଳକା ଥିବା ପିଆଜ ଭାଜନ୍ତୁ। ଏଥର ଚାରି କପ୍‌ ପାଣି ଓ ଅଳ୍ପ ଟିକେ ଲୁଣ ପକାଇ ଗୋଳାନ୍ତୁ।

ଏବେ ଆଉ ଏକ ବଡ କଡ଼େଇ ନେଇ ଭାତ ଏବଂ ଆଗରୁ ପ୍ରସ୍ତୁତ ଥିବା ପନିର୍‌ ଓ ମଶ୍‌ରୁମ୍‌ ମସଲା ଭଲ କରି ଗୋଳାଇ ହାଲକା ଆଂଚରେ ଅଳ୍ପ ସମୟ ବସାନ୍ତୁ। ବାସ୍ନା ଆସିଲେ ଗ୍ୟାସରୁ ଓହ୍ଲାଇ କାଢି ଆଣି ପରଷନ୍ତୁ ସ୍ୱାଦିଷ୍ଟ ‘ମଶ୍‌ରୁମ୍‌ ପନିର୍‌ ପଲାଉ’।



from Odisha Reporter http://bit.ly/2DhM6UM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages