
ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ନୂଆସାହି ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଗର୍ଭବତୀ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୌଶଲ୍ୟା ମରିଡ଼ିଆ।
ତାଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତିରେ ସୁରେଶ ମିରିଡିଆଙ୍କ ପତ୍ନୀ କୌଶଲ୍ୟା ଚୁଲି ପାଖରେ ବସି ନିଆଁ ପୁଇଁ ହେଉଥିଲେ। ଏହି ସମୟରେ ଅସାବଧାନତା ବଶତଃ ସେ ଘୋଡ଼ାଇ ହୋଇଥିବା ଚାଦରରେ ନିଆଁ ଲାଗି ଯାଇଥିଲା ଏବଂ ସେ ନିଆଁରେ ପୋଡ଼ି ଯାଇଥିଲେ।
ତାଙ୍କ ଡାହାଣ ଗୋଡ଼ର କିଛି ଅଂଶ ପୋଡ଼ି ଯାଇଥିବା ବେଳେ ଡାହାଣ ହାତ, ଛାତିର କିଛି ଅଂଶ ଓ ବାମ ହାତର କିଛି ଅଂଶ ବି ପୋଡ଼ି ଯାଇଛି।
କିଛି ଦିନ ତଳେ ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳରେ ଏକ ଘରେ ଦୁଇ ଜଣ ବ୍ୟକ୍ତି ଶୀତରୁ ରକ୍ଷା ପାଇବା ପାଇଁ କୋଇଲା ଆଞ୍ଚ ଲଗାଇ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ।
from Odisha Reporter http://bit.ly/2Mf6Dfu
No comments:
Post a Comment