ହରଡ଼ଘଣାରେ ଗୋଲ୍‌ଡେନ୍‌ ବାବା: ଫ୍ରିଜ୍‌ ହେଲା ୪୦ ଲକ୍ଷ ଟଙ୍କାର ସୁନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ହରଡ଼ଘଣାରେ ଗୋଲ୍‌ଡେନ୍‌ ବାବା: ଫ୍ରିଜ୍‌ ହେଲା ୪୦ ଲକ୍ଷ ଟଙ୍କାର ସୁନା

କଟକ (ଓଡ଼ିଶା ରିପୋର୍ଟର): ଗୋଲଡେନ୍‌ ବାବାଙ୍କ ସମ୍ପତ୍ତି ଉପରେ ତଦନ୍ତକାରୀ ଏଜେନ୍ସିର କଡ଼ା ନଜର। ପୁଳାପୁଳା ସୁନା ପିନ୍ଧିବା, ସଭା ସମିତିରେ ନେତାଙ୍କ ସହ ମିଶି ବିଭିନ୍ନ କାର୍ଯ୍ୟକ୍ରମରେ କମ୍ୱଳ ଆଦି ବାଣ୍ଟିବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଦାନ ଦକ୍ଷିଣା ଦେବା, ଡ୍ରେସ୍‌ ଚେଞ୍ଜ କଲା ଭଳି ଭଳିକି ଭଳି ନାମୀଦାମୀ ଗାଡ଼ି ଚଢ଼ିବା ଏବେ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଠକେଇ ମାମଲାରେ ଗୋଲଡେନ୍‌ ବାବା ଏକାଧିକ ଆକାଉଣ୍ଟ, ଲକର ଓ ଦାମୀ ଗାଡ଼ି ଜବତ ହେବା ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୁଲିସ।

ସହିଦ ନଗର ଥାନା ଅଧିନରେ ହୋଇଥିବା ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ପୁଲିସ ମଣିପୁରମ୍‌ ଗୋଲଡ୍‌ରେ ଦେଢ଼ କେଜି ଓଜନର ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନାକୁ ଫ୍ରିଜ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାଛଡ଼ା ଗୋଲଡ଼େନ୍‌ ବାବାଙ୍କ ନାଁରେ ମର୍‌ସିଡିଜ୍‌ ଏବଂ BMW କାର୍ ଓ ଦାମୀ ବାଇକ ରହିଛି। ବାବା ବେନାମୀ ଭାବେ କାହାକାହା ନାଁରେ ଅନ୍ୟ ଗାଡ଼ି ସବୁ କରିଛନ୍ତି ତା’ର ମଧ୍ୟ ଖୋଳତାଡ଼ କରୁଛି। ଜବତ ହେବା ଭୟରେ ଏସବୁ ଦାମୀ ଗାଡ଼ିକୁ ଗୋଲଡେନ ବାବାଙ୍କ ସହଯୋଗୀ ଲୁଚାଇ ଦେଇଥିବା ଜଣାପଡ଼ିଛି ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ସେପଟେ ଗୋଲଡେନ୍‌ବାବାଙ୍କ ଦୁଇଦିନିଆ ରିମାଣ୍ଡ ଶନିବାର ଶେଷ ହେବାପରେ ଜେଲକୁ ପଠାଇ ଦିଆଯାଇଛି। ଦରକାର ପଡ଼ିଲେ ତାଙ୍କୁ ପୁଣି ଥରେ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ତେବେ ଗୋଲଡେନ ବାବା ଅର୍ଥ ଠକେଇ ମାମଲାର ଚେର ରାଜ୍ୟ ବାହାରକୁ ଲମ୍ବିଥିବାରୁ କ୍ରାଇମବ୍ରାଞ୍ଚ ଅର୍ଥନୀତିକ ଅପରାଧ ଶାଖା କେବେ ତଦନ୍ତ ଆରମ୍ଭ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।



from Odisha Reporter http://bit.ly/2GXh9cx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages