
କାଠମାଣ୍ଡୁ: ପିଲାଏ ନିଜ ରୋଜଗାରର ୫ରୁ ୧୦ ପ୍ରତିଶତ ଅର୍ଥ ବାପା ମାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବେ। ସେମାନଙ୍କ ଚଳିବା ପାଇଁ ଏହି ଅର୍ଥ ସେମାନଙ୍କୁ ଜମା କରିବାକୁ ହେବ। ଏଥିପାଇଁ ନେପାଳ ସରକାର ଖୁବ୍ଶୀଘ୍ର ଏକ ଆଇନ ଆଣିବେ ବୋଲି ଜଣାଯାଇଛି।
ନେପାଳ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା କୁନ୍ଦନ ଆର୍ଯ୍ୟାନ୍ଙ୍କ କହିବା ଅନୁଯାୟୀ, ବରିଷ୍ଠ ନାଗରିକ ଆଇନ୍ ୨୦୦୬ରେ ପରିବର୍ତ୍ତନ ଆଣି ଏହି ବ୍ୟବସ୍ଥା କରିବାପାଇଁ ଏକ ବିଲ୍ ଆଗତ କରାଯିବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଏହାର ପ୍ରମୁଖ ଉଦ୍ଦେଶ୍ୟ।
ସେ ଆହୁରି ମଧ୍ୟ କହିଛନ୍ତି ଲୋକଙ୍କର ବଡ଼ ଧରଣର ରୋଜଗାର ଥିଲେ ମଧ୍ୟ ସେମାନେ ନିଜ ବୃଦ୍ଧ ବାପା ମା’ଙ୍କୁ ଅଣଦେଖା କରୁଛନ୍ତି। ଏହି ଆଇନ ଅଣାଯିବା ସହିତ ଏହା କିପରି ଶତପ୍ରତିଶତ ଲାଗୁ ହୋଇପାରିବ ତାହା ମଧ୍ୟ ନିଶ୍ଚିତ କରାଯିବ।
ପୂର୍ବରୁ ଏହି ଆଇନରେ କେବଳ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ବରିଷ୍ଠ ନାଗରିକ ବିବେଚନା କରିବାର ବ୍ୟବସ୍ଥା ରହିଛି। ଏଥିରେ ମଧ୍ୟ ପିଲାମାନେ ବାପା-ମା’ଙ୍କ ଦାୟିତ୍ୱ ନେବେ ବୋଲି ବ୍ୟବସ୍ଥା ରହିଛି। କିନ୍ତୁ ବର୍ତ୍ତମାନ ସେଥିରେ ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ଯୋଡ଼ିଦିଆଯାଇଛି। ସଂସଦରେ ବିଲ୍ ପାରିତ ହେବାପରେ ଏହା କାର୍ଯ୍ୟକ୍ଷମ ହୋଇଯିବ ଏବଂ ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କୁ ଦଣ୍ଡିତ କରାଯିବ।
from Odisha Reporter http://bit.ly/2Rspid1
No comments:
Post a Comment