ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡକୁ ନେଇ ତିଆରି ହେଉଛି ଫିଲ୍ମ, ରିଲିଜ୍‌ ହେଲା ଟ୍ରେଲର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡକୁ ନେଇ ତିଆରି ହେଉଛି ଫିଲ୍ମ, ରିଲିଜ୍‌ ହେଲା ଟ୍ରେଲର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରଦାକୁ ଆସୁଛି ବହୁଚର୍ଚ୍ଚିତ ଖ୍ରୀଷ୍ଟିଆନ୍ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦି ଲିଷ୍ଟ୍ ଅଫ୍ ଦିଜ୍’ (THE LEAST OF THESE)। ଉଭୟ ଭାରତୀୟ ଓ ବିଦେଶୀ କଳାକାରଙ୍କୁ ନେଇ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୀଶ ଡାନିଏଲ୍। ପ୍ରଥମେ ଆମେରିକା ପରେ ଭାରତ ଓ ଅଷ୍ଟ୍ରେଲିଆରେ ଏହାର ରିଲିଜ୍ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ନିକଟରେ ରିଲିଜ ହୋଇଛି ଫିଲ୍ମର ଟ୍ରେଲର୍।

୧୯୯୯ ମସିହା ଜାନୁଆରୀ ୨୨ ତାରିଖର ଶୀତୁଆ ରାତିରେ କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଗଲା ନିର୍ମମ ହତ୍ୟାକାଣ୍ଡ। କୁଷ୍ଠରୋଗୀଙ୍କୁ ସେବା ଆଳରେ ଆଦିବାସୀଙ୍କୁ ବେଆଇନ୍‌ ଭାବେ ଧର୍ମ ପରିବର୍ତ୍ତନ କରାଉଥିବା ସନ୍ଦେହରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଜୀଅନ୍ତା ଜାଳିଦେଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ। ତେବେ କଣ ଥିଲା ହତ୍ୟାକାଣ୍ଡ ପଛର ରହସ୍ୟ? କଣ ଥିଲା ଷ୍ଟେନ୍ସ ଦମ୍ପତିଙ୍କ ଅସଲ ଉଦ୍ଦେଶ୍ୟ? ସେବା ନା ଧର୍ମାନ୍ତରୀକରଣ? ଏଭଳି କିଛି ପ୍ରଶ୍ନ ସହିତ ପରଦାକୁ ଆସୁଛି ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦି ଲିଷ୍ଟ୍ ଅଫ୍ ଦିଜ୍’।

ଭାରତୀୟ ନିର୍ଦ୍ଦେଶକ ଅନୀଶ ଡାନିଏଲ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଓଲିଉଡ୍ ଅଭିନେତା ମନୋଜ ମିଶ୍ରଙ୍କ ସହ ବଲିଉଡ୍ କଳାକାର ଶରମାନ୍ ଯୋଶୀ ଓ ପ୍ରକାଶ ବେଲାଓ୍ୱାଡ଼ି ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଷ୍ଟେନ୍ସ ଦମ୍ପତି ଭାବେ ନଜର ଆସିବେ ଷ୍ଟିଫେନ୍ ବାଲ୍ଡଓ୍ୱିନ୍ ଓ ଶାରି ରିଗ୍ବି।

ନିକଟରେ ଇଂରାଜୀରେ ରିଲିଜ୍ ହୋଇଥିବା ଏହାର ଟ୍ରେଲରରେ ଓଡ଼ିଶାର ଆଦିବାସୀ ସଂସ୍କୃତିର ଛାପ ଦେଖିବାକୁ ମିଳୁଛି। ଆସନ୍ତା ଫେବୃୟାରୀ ୧ ତାରିଖରେ ଏହା ଆମେରିକାରେ ରିଲିଜ୍ ହେବାକୁ ଥିବା ବେଳେ ଭାରତରେ ଏହା ମାର୍ଚ୍ଚ ବେଳକୁ ରିଲିଜ ହେବ ବୋଲି ସୂଚନା ମିଳିଛି।

ଏହି ହତ୍ୟାକାଣ୍ଡରେ ପ୍ରାୟ ୫୦ ଜଣ ଲୋକ ସାମିଲ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହକୁ ୨୦୧୧ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମ କୋର୍ଟ।



from Odisha Reporter http://bit.ly/2TWABHK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages