ଭାଇରାଲ୍‌ ହେଉଛି ମଲାଇକାଙ୍କ ଜୋତା, ଜାଣନ୍ତୁ ଦାମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଭାଇରାଲ୍‌ ହେଉଛି ମଲାଇକାଙ୍କ ଜୋତା, ଜାଣନ୍ତୁ ଦାମ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ନିଜ ଫ୍ୟାଶନ୍‌ ସେନ୍‌ସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ବିଶେଷ କରି ତାଙ୍କ ‘ଜିମ୍‌ ଲୁକ୍‌’ ସୋଶାଲ୍‌ ମିଡିଆରେ ସବୁବେଳେ ଭାଇରାଲ୍‌ ହୁଏ। ନିକଟରେ ତାଙ୍କୁ ପୁଣିଥରେ ଜିମ୍‌ ଯାଉଥିବା ସମୟରେ ଦେଖିବାକୁ ମିଳିଛି। ତାଙ୍କର ଏହି ‘ଜିମ୍‌ ଲୁକ୍‌’ ପୁଣି ସୋଶାଲ୍‌ ମିଡିଆରେ ହଇଚଇ ସୃଷ୍ଟି କରିଛି।

ଏଥିରେ ମଲାଇକାଙ୍କୁ ଏକ ହ୍ୱାଇଟ୍‌ କଲର୍‌ ଟି-ସାର୍ଟ ସହ ବ୍ଲାକ୍‌ କଲର୍‌ ପ୍ୟାଣ୍ଟ ଟିପ୍‌ ଅପ୍‌ କରିଥିବାକୁ ଦେଖିବାକୁ ମିଳିଛି। ଏହି ଲୁକ୍‌ରେ ସେ ଖୁବ୍‌ ଷ୍ଟାଇଲିଶ୍‌ ଦେଖାଯାଉଛନ୍ତି। ନିଜ ଲୁକ୍‌କୁ କମ୍ପ୍ଲିଟ୍‌ କରିବା ଲାଗି ମଲାଇକା ନ୍ୟୁଡ୍‌ ସେଡ୍‌ ଲିପ୍‌ଷ୍ଟିକ୍‌ ଲଗାଇଥିବାବେଳେ ଚୁଟି ଖୋଲା କରିଥିଲେ। ତେବେ ସୋଶାଲ୍‌ ମିଡିଆରେ ଚହଳ ପକାଇଛି ମଲାଇକା ଏହି ଫଟୋରେ ପିନ୍ଧିଥିବା ଜୋତା। ଆପଣ ଜାଣନ୍ତି କି, ଏହି ଜୋତାର ମୂଲ୍ୟ କେତେ ? ସୂଚନା ଅନୁଯାୟୀ, ମଲାଇକାଙ୍କର ଏହି ଟ୍ରେଣ୍ଡି ଜୋତାର ମୂଲ୍ୟ ୧ ଲକ୍ଷ ଟଙ୍କା। ମଲାଇକାଙ୍କର ଏହି ଜୋତା ଓ ଲୁକ୍‌ ତାଙ୍କ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସୁଛି।

ଉଲ୍ଲେଖଯୋଗ୍ୟ, ଆଜିକାଲି ମଲାଇକା ଅର୍ଜୁନ୍ କପୁରଙ୍କ ସହ ତାଙ୍କ ରିଲେଶନ୍‌ଶିପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କୁ ଅନେକଥର ଏକାଠି ସ୍ପଟ୍‌ କରାଯାଇଛି। ଏପରିକି ଦୁହିଁଙ୍କର ବାହାଘର ଖୁବ୍‌ଶୀଘ୍ର ହେବ ବୋଲି ବି ଚର୍ଚ୍ଚା ହେଉଛି। ଦୁହେଁ ଏକାଠି ନିଜ ପାଇଁ ଏକ ଘର କିଣି ସାରିଲେଣି। ନିକଟରେ କରନ୍‌ ଜୋହର୍‌ ମଧ୍ୟ ଉଭୟଙ୍କ ରିଲେଶନ୍‌ସିପ୍‌କୁ ନିଜର ଏକ ପ୍ରୋଗ୍ରାମ୍‌ରେ କନ୍‌ଫର୍ମ କରିଛନ୍ତି।



from Odisha Reporter http://bit.ly/2MlPh0D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages