ଶବ ଖୋଲିଲା ଗୁମର, ‘ହତ୍ୟା’ ହୋଇଥିବା ଲୋକ ନିଜେ ହତ୍ୟାକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଶବ ଖୋଲିଲା ଗୁମର, ‘ହତ୍ୟା’ ହୋଇଥିବା ଲୋକ ନିଜେ ହତ୍ୟାକାରୀ

patidar

ଭୋପାଲ: ମଧ୍ୟପ୍ରଦେଶର ରତଲାମ୍‌ରେ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତା  ହିମ୍ମତ ପଟିଦାରଙ୍କ ହତ୍ୟା ମାମଲା ପୂରା ଓଲଟି ଯାଇଛି। ଏହି ଘଟଣାରେ ପୁଲିସ୍‌ ଏମିତି ଏକ ସତ ପଦାକୁ ଆଣିଛି, ଯାହା କେହି କେବେ କଳ୍ପନା କରି ନଥିବେ। ପୁଲିସ୍‌ ଅନୁସାରେ ନିଜେ ହିମ୍ମତ ହିଁ ନିଜ ହତ୍ୟାର ଯୋଜନା କରିଥିଲେ। ନିଜ ଗାଁର ଜଣେ ବ୍ୟକ୍ତିକୁ ହତ୍ୟା କରି ଫେରାର ହୋଇଯାଇଥିଲେ। ମୃତକର ପରିଚୟ ଲୁଚାଇବା ଓ ମୃତକ ଜଣଙ୍କ ସେ ନିଜେ ବୋଲି ଦର୍ଶାଇବାକୁ ଯୋଜନା କରିବା ସହ ଶବର ମୁହଁକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥିଲେ।

ମୃତଦେହର ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ ଏହି ସତ୍ୟ ପଦାକୁ ଆସିଛି। ରିପୋର୍ଟ ଅନୁସାରେ ମୃତକ ହିମ୍ମତ ପଟିଦାର ନୁହେଁ ବରଂ ସେହି ଗାଁର ମଦନ ମାଲଭିୟା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଦନ ହେଉଛନ୍ତି, ସେହି ବ୍ୟକ୍ତି ଯାହାକୁ ହିମ୍ମତଙ୍କ ହତ୍ୟାକାରୀ ଭାବି ପୁଲିସ୍‌ ଖୋଜୁଥିଲା।

ଶବ ମିଳିବା ପରଠାରୁ ମଦନ ନିଖୋଜ ଥିବାରୁ ପୁଲିସ୍‌ ତାଙ୍କୁ ହତ୍ୟାକାରୀ ଭାବି ତଦନ୍ତ କରୁଥିଲା। ତେବେ ଡିଏନ୍‌ଏ ଟେଷ୍ଟରୁ ଶବ ହିମ୍ମତଙ୍କର ନୁହେଁ ବରଂ ମଦନଙ୍କର ବୋଲି ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ର ହିମ୍ମତ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ପୁଲିସ୍‌ ମାମଲାକୁ ଭିନ୍ନ ଦିଗରେ ତଦନ୍ତ କରିବା ଆରମ୍ଭ କରିଥିଲା।

ତଦନ୍ତରୁ ଜଣାପଡ଼ିଥିଲା, ଆରଏସ୍‌ଏସ୍‌ର ଶିବପୁର ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ହିମ୍ମତ ପଟିଦାର ପ୍ରାୟ ୨୦ ଲକ୍ଷ ଟଙ୍କାର ଋଣ କରିଥିଲେ। ଏଥିରୁ ମୁକ୍ତି ପାଇବାକୁ ଏହି ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ। ଏଥିପାଇଁ ଗାଁରେ ତାଙ୍କ ସହ ପଡୁ ନଥିବା ମଦନଙ୍କୁ ସେ ଟାର୍ଗେଟ କରିଥିଲେ।

ଗତ ସପ୍ତାହର ବୁଧବାର ଦିନ ନିଜ କ୍ଷେତରେ ହିମ୍ମତଙ୍କ ପିତା ଲକ୍ଷ୍ମୀନାରାୟଣ ପଟିଦାର ଏକ ଶବ ପଡ଼ିଥିବା ଦେଖିଥିଲେ। ଉକ୍ତ ଶବର ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଓ ପାଖରେ ହିମ୍ମତଙ୍କ ବାଇକ୍‌ ଥିଲା। ଏହାପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଲକ୍ଷ୍ମୀନାରାୟଣ ଏବଂ ଦାଦା ପୁଅ ଭାଇ ସୁରେଶ ଏହା ହିମ୍ମତର ଶବ ବୋଲି ଚିହ୍ନଟ କରିଥିଲେ।

ହିମ୍ମତଙ୍କୁ ହତ୍ୟା କରାଯିବାର  ଖବର ପ୍ରଚାରିତ ହେବା ପରେ ହିନ୍ଦୁ ସଂଗଠନଙ୍କ ପକ୍ଷରୁ ହଙ୍ଗାମା ଆରମ୍ଭ ହୋଇଯାଇଥିଲା।



from Odisha Reporter http://bit.ly/2RhPBOZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages