ଭୋଟ୍‌ର ମହତ୍ତ୍ୱ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ମତ ରଖିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ଭୋଟ୍‌ର ମହତ୍ତ୍ୱ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ମତ ରଖିଲେ ମୋଦି

ନୂଆଦିଲ୍ଲୀ: ୨୦୧୯ ମସିହାର ପ୍ରଥମ ମନ୍‌ କୀ ବାତ୍‌ (୫୨ତମ ଅଧ୍ୟାୟ)ରେ ଚିରାଚରିତ ଭାବେ ମାସର ଶେଷ ରବିବାର ଦିନ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କର୍ଣ୍ଣାଟକାର ସିଦ୍ଧଗଙ୍ଗା ମଠ ମହନ୍ତ ଶିବକୁମାର ସ୍ୱାମୀଜୀଙ୍କୁ ସ୍ମରଣ କରି ସେ ଏହି ଅଧ୍ୟାୟ ଆରମ୍ଭ କରିବା ସହିତ ଅବସରରେ ଭୋଟ ବା ମତଦାନର ଗୁରୁତ୍ୱ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

୨୫ ଜାନୁଆରୀ ମତଦାତା ଦିବସ ହୋଇଥିବାରୁ ସେ ଏହି ଅଧ୍ୟାୟରେ ଏହି ପ୍ରସଙ୍ଗ ସମ୍ପର୍କରେ ନିଜ ମତ ରଖିଥିଲେ। ନିର୍ବାଚନ ଅୟୋଗ ବହୁତ ପୁରୁଣା ଅନୁଷ୍ଠାନ ଏବଂ ଗଣତନ୍ତ୍ରକୁ ମଜଭୁତ କରିବାରେ ଏହାର ସୁଦୃଢ଼ ଭୂମିକା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ସେହିପରି ଏକବିଂଶ ଶତାବ୍ଦୀରେ ଜନ୍ମ ନେଇଥିବା ଯୁବପିଢ଼ି ଚଳିତ ବର୍ଷରେ ହେବାକୁ ଥିବା ନିର୍ବାଚନରେ ପ୍ରଥମ ଥର ଭୋଟ ଦେବାକୁ ସୁଯୋଗ ପାଇଥିବାରୁ ସେମାନେ ନିଶ୍ଚୟ ଭୋଟ୍‌ ଦିଅନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ଭୋଟ୍‌ ଦେବା ମୋର କର୍ତ୍ତବ୍ୟ, ଏହାହିଁ ସମସ୍ତଙ୍କ ମନେ ରହିବା ଦରକାର।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଗତ ୨୩ ତାରିଖରେ ପାଳିତ ହୋଇଯାଇଛି। ଏହି ଅବସରରେ ସେ ଲାଲକିଲ୍ଲାଠାରେ ନେତାଜୀଙ୍କ ନାମରେ ହୋଇଥିବା ସଂଗ୍ରହାଳୟ ଉଦ୍‌ଘାଟନ ବେଳର ଅନୁଭୂତି ବଖାଣିଥିଲେ। ‘ଦିଲ୍ଲୀ ଚଲ୍ଲୋ’ ଏବଂ ‘ମୁଝେ ଖୁନ୍‌ ଦୋ, ମେଁ ଆଜାଦୀ ଦୁଙ୍ଗା’- ଆଦି ନାରା ଦେଶବାସୀଙ୍କ ମନରେ ଉତ୍ସାହ ଓ ଦେଶପ୍ରେମ ଭରିଦେଇଥିବା ସେ କହିଛନ୍ତି। ନେତାଜୀ ଆଜାଦ୍‌ ହିନ୍ଦ ରେଡିଓ ଆରମ୍ଭ କରିଥିଲେ ଯାହାର କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିଲା। ସେ ଏହି ଅବସରରେ ମହାକାଶ ବିଜ୍ଞାନରେ ଭାରତର ଚମତ୍କାର ଉପଲବ୍ଧି ଓ ଆଗାମୀ ମହାକାଶ ଅଭିଯାନ ସମ୍ପର୍କରେ ମଧ୍ୟ କହିଥିଲେ।

ଆସନ୍ତା ୨୯ ତାରିଖରେ ସେ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କ ସହି ସ୍ୱତନ୍ତ୍ର ‘ପରୀକ୍ଷା ଚର୍ଚ୍ଚା’ କରିବାର କାର୍ଯ୍ୟକ୍ରମ ରହିଛି। ୩୦ ଜାନୁଆରୀରେ ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥି ପଡ଼ୁଥିବାରୁ ଯେକେହି ଯେଉଁଠି ଥାଆନ୍ତୁ ନା କାହିଁକି, ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ ସେ ଆହ୍ୱାନ କରିଛନ୍ତି।



from Odisha Reporter http://bit.ly/2RhRUl9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages