ମିଟୁ ଜାଲରେ ଏମ୍‌ଜେ ଆକବର ଫସିବା ଘଟଣା: ଅଭିଯୋଗକାରୀଙ୍କୁ ସମନ୍‌ ହେବ କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ମିଟୁ ଜାଲରେ ଏମ୍‌ଜେ ଆକବର ଫସିବା ଘଟଣା: ଅଭିଯୋଗକାରୀଙ୍କୁ ସମନ୍‌ ହେବ କି

ନୂଆଦିଲ୍ଲୀ: ମିଟୁ ଜାଲରେ ଫସି କେନ୍ଦ୍ରମନ୍ତ୍ରୀ ପଦରୁ ବିଦା ହୋଇଥିବା ଏମଜେ ଆକବରଙ୍କ ଘଟଣା ନୂଆ ମୋଡ଼ ନେଇଛି। ପୂର୍ବରୁ ଆକବରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସାମ୍ବାଦିକ ପ୍ରିୟା ରମାନିଙ୍କୁ ସମନ୍‌ ହେବ ନାହିଁ ବୋଲି କୋର୍ଟ କହିଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରିବାର ସଙ୍କେତ ଦେଇଛନ୍ତି। ଆଜି କୋର୍ଟରେ ଶୁଣାଣି ବେଳେ ଏମଜେ ଆକବରଙ୍କ ଓକିଲ ପ୍ରିୟା ରମାନିଙ୍କ ନାଁରେ ମାନହାନି ମାମଲା ହୋଇଥିବା କହିବା ସହ ପ୍ରାଥମିକ ତଦନ୍ତରୁ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା କହିଥିଲେ। ତେଣୁ ତାଙ୍କୁ କୋର୍ଟ ସମ୍‌ନ କରିବା ଦରକାର ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ।

ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲ ଏହି ଯୁକ୍ତିକୁ ଶୁଣିବା ପରେ ପୂର୍ବ ରାୟ ସଂରକ୍ଷିତ ରଖିଛନ୍ତି। ହେଲେ ପ୍ରିୟାଙ୍କୁ ସମନ୍‌ ହେବ କି ନାହିଁ, ତା’ର ନିଷ୍ପତ୍ତି ଜାନୁଆରୀ ୨୯ରେ ହେବ ବୋଲି କହିଛନ୍ତି।

ପ୍ରିୟା ରମାନି ସୋଶାଲ୍‌ ମିଡିଆରେ ଆରମ୍ଭ ହୋଇଥିବା ମିଟୁ ପ୍ରଚାର ମାଧ୍ୟମରେ ଏମଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦୀର୍ଘ ୧୧ ବର୍ଷ ତଳର ଏହି ଘଟଣାକୁ ନେଇ ବିବାଦ ହେବାରୁ ଗତବର୍ଷ ଅକ୍ଟୋବର ୧୭ରେ ଆକବର କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ପ୍ରିୟାଙ୍କ ନାଁରେ ଅପରାଧିକ ମାନହାନି ମାମଲା କରିଥିଲେ।



from Odisha Reporter http://bit.ly/2RLjuwh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages