
ମୁମ୍ୱାଇ: ଆସନ୍ତା ରବିବାର କରନ୍ ଜୋହର୍ଙ୍କ ଚାଟ୍ ଶୋର ଅତିଥି ହେଉଛନ୍ତି, ରାଜକୁମାର ରାଓ ଓ ଭୂମି ପେଡ୍ନାକର୍। ମଙ୍ଗଳବାର ଚ୍ୟାନେଲ୍ ପକ୍ଷରୁ ଏକ ପ୍ରୋମୋ ଭିଡିଓ ସୋଶାଲ ମିଡିଆରେ ଶେଆର୍ ହୋଇଛି। ଯାହାକୁ ସୋଶାଲ ମିଡିଆରେ ୟୁଜର୍ ପସନ୍ଦ କରିବା ସହିତ ଭାଇରାଲ୍ ମଧ୍ୟ ହେଉଛି। ଭିଡିଓଟିକୁ ଦେଖି ଲାଗୁଛି ଯେ, ଆଗାମୀ ସପ୍ତାହରେ କରନ୍ ଜୋହର୍ ଓ ରାଜକୁମାର ରାଓ ଚର୍ଚ୍ଚାରେ ରହିବେ।
ଏହି ପ୍ରୋମୋ ଭିଡିଓରେ କରନ୍ ଜୋହର୍ ରାଜକୁମାର ରାଓଙ୍କୁ କହୁଛନ୍ତି, ମୋ ସୁଟ୍ର ଦାମ୍ ତୁମେ ବ୍ୟବହାର କରୁଥିବା ଜିନିଷର ଇଏମ୍ଆଇ ସହିତ ସମାନ। ଏହା ଶୁଣିବା ପରେ ରାଜକୁମାର ରାଓ କରନ୍ ଜୋହର୍ଙ୍କୁ କଡ଼ା ଜବାବ ଦେଇଛନ୍ତି। ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।
ଏହାପରେ କରନ୍ ଜୋହର୍ ରାଜକୁମାର ରାଓଙ୍କୁ ପ୍ରଶ୍ନ କରୁଛନ୍ତି, “ଯଦି କେବେ ତୁମକୁ ସମଲିଙ୍ଗୀ ଭାବରେ ଫିଲ୍ମରେ କାମ କରିବା ପାଇଁ ସୁଯୋଗ ମିଳିବ, ତେବେ ତୁମେ ନିଜ ଅପୋଜିଟ୍ରେ କେଉଁ ଅଭିନେତାଙ୍କୁ ନେବାକୁ ଚାହିଁବ। ଏହାର ଅତି ମଜାଳିଆ ଉତ୍ତର ରଖୁଛନ୍ତି ରାଜକୁମାର୍ ରାଓ । କରନ୍ଙ୍କୁ ଥଟ୍ଟା କରି କହୁଛନ୍ତି ,ଆପଣ ‘ବମ୍ୱେ ଭେଲ୍ବେଟ୍’ ପରେ ଅନ୍ୟ କୌଣସି ଫିଲ୍ମ କରିନାହାନ୍ତି। ଏହା ପରେ କରନ୍ କହୁଛନ୍ତି, ମୁଁ ଜଣେ ସଫଳ ଅଭିନେତାଙ୍କୁ ନେବା ପାଇଁ କହୁଛି। ”
Next week's flavour of Koffee is completely unconventional. @karanjohar is in conversation with @bhumipednekar and @rajkummarrao. #KoffeeWithKaran pic.twitter.com/V15Tl4ELtV
— Star World (@StarWorldIndia) January 20, 2019
କରନ୍ ଜୋହର୍ ଆହୁରି ମଧ୍ୟ ତାଙ୍କ ସୁଟ୍ର ଦାମ୍ ରାଜକୁମାରଙ୍କ ଇଏମ୍ଆଇ ଦାମ୍ ସହିତ ସମାନ ବୋଲି କହିଛନ୍ତି। ଏହାର ଉତ୍ତରରେ ରାଜକୁମାର ରାଓ ହାତ ଦେଖାଇ କହିଛନ୍ତି, “ଆପ୍ ଜାନତେ ନେହିଁ, ୟେ ଇନ୍କମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ୍ କି କଷ୍ଟ୍ ହୈ।“
ଏହି ଏପିଶୋଡ୍ଟି ରବିବାର ରାତି ୯ଟାରେ ପ୍ରସାରିତ ହେବାକୁ ଯାଉଛି। ଗତ ସପ୍ତାହରେ କରନ୍ଙ୍କ ଶୋରେ ଅଭିଷେକ ବଚ୍ଚନ ଓ ଶ୍ୱେତା ବଚ୍ଚନଙ୍କୁ ଦେଖିବାକୁ ମିଲିଥିଲା। ଏହାର ପୂର୍ବ ଶୋ’ରେ କ୍ରିକେଟର୍ ହାର୍ଦ୍ଦିକ୍ ପାଣ୍ଡ୍ୟା ଓ କେ.ଏଲ୍ ରାହୁଲ୍ଙ୍କ ମହିଳାଙ୍କ ଉପରେ ବିବାଦୀୟ ବୟାନ୍ ଯୋଗୁ କରନ୍ଙ୍କ ଶୋ ଖୁବ୍ ଚର୍ଚ୍ଚାରେ ରହିଥିଲା।
from Odisha Reporter http://bit.ly/2AXb6ze
No comments:
Post a Comment