କେବେଠୁ କଂଗ୍ରେସରେ ହେବ ଟିକେଟ୍ ବଣ୍ଟନ? ରାଜ୍ୟ ପ୍ରଭାରୀ ଦେଲେ ଏମିତି ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

କେବେଠୁ କଂଗ୍ରେସରେ ହେବ ଟିକେଟ୍ ବଣ୍ଟନ? ରାଜ୍ୟ ପ୍ରଭାରୀ ଦେଲେ ଏମିତି ଉତ୍ତର

jitendrasingh

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଅନୁଷ୍ଠିତ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ। ମାର୍ଚ୍ଚ ମାସରେ ନିର୍ବାଚନ କମିଶନ୍ ଏଥିପାଇଁ ତାରିଖ ଘୋଷଣା କରିପାରନ୍ତି। ଆଉ ତା’ପୂର୍ବରୁ ସବୁ ଦଳ ମଧ୍ୟରେ ତତ୍ପରତା ବଢ଼ିଥିବା ବେଳେ ରାଜ୍ୟ କଂଗ୍ରେସରେ ଫେବ୍ରୁଆରୀ ମାସରୁ ଟିକେଟ୍ ବଣ୍ଟା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ। ଆଜି ଭୁବନେଶ୍ୱରରେ ସେ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି।

ଜିତେନ୍ଦ୍ର ସିଂହ କହିଛନ୍ତି, ୫୦ ଜଣଙ୍କୁ ଟିକେଟ୍ ଦେବା ପାଇଁ ତାଲିକା ପ୍ରସ୍ତୁତ ହୋଇଯାଇଛି। ଏ ତାଲିକାକୁ ଦଳର ସେଣ୍ଟ୍ରାଲ୍ କମିଟି ନିକଟକୁ ପଠାଇ ଦିଆଯାଇଛି। ଟିକେଟ୍ ବଣ୍ଟନ ପାଇଁ ଦୁଇ ତିନି ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏବେ ପୁଣି ପରବର୍ତ୍ତୀ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ। ନିର୍ବାଚନ ପାଖେଇ ଆସିଲା, ତେଣୁ ଫେବ୍ରୁଆରୀରେ ହିଁ ଟିକେଟ୍ ବଣ୍ଟା ହେବ।

ଜାନୁଆରୀ ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଜିତେନ୍ଦ୍ର ସିଂହ କହିଛନ୍ତି, ସେ (ରାହୁଲ ଗାନ୍ଧି) ଉଭୟ ବିଜେଡି ଓ ବିଜେପିକୁ ବିରୋଧ କରିବେ।

ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରି ସେ କହିଛନ୍ତି, ଓଡ଼ିଶାରେ ଏବେ କୁଶାସନ କାୟା ବିସ୍ତାର କରିଛି। କେନ୍ଦ୍ରରୁ ମୋଦି ଓ ରାଜ୍ୟରୁ ନବୀନ ବିଦା ହେବା ଉଚିତ୍।

ବିଧାୟକ ନବ ଦାସ ଓ ଅନ୍ୟ କିଛି ନେତା କଂଗ୍ରେସ ଛାଡ଼ିବା ନେଇ ସେ କହିଛନ୍ତି, ଆୟାରାମ ଗୟାରାମଙ୍କ ପାଇଁ ଚିନ୍ତା ନାହିଁ। କିଏ କ’ଣ ପାଇଁ ଯାଇଛନ୍ତି, ତାହା ସମସ୍ତଙ୍କୁ ଜଣା।

ଦଳିରୁ ବହିଷ୍କୃତ ହୋଇଥିବା ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନାଙ୍କ ସଂପର୍କରେ ମନ୍ତବ୍ୟ ଦେଇ ଜିତେନ୍ଦ୍ର ସିଂହ କହିଛନ୍ତି, ସେ (ଶ୍ରୀକାନ୍ତ ଜେନା) କ’ଣ ରାହୁଲ ଗାନ୍ଧିଙ୍କ ପୋଲ୍ ଖୋଲିବେ? କଂଗ୍ରେସ ତାଙ୍କ ପୋଲ୍ ଖୋଲିବ।

ସୂଚନାଯୋଗ୍ୟ, ଦଳରୁ ବହିଷ୍କାର ହେବା ପରେ ଶ୍ରୀକାନ୍ତ କହିଥିଲେ ଯେ ସେ ୨୫ ତାରିଖରେ ରାହୁଲଙ୍କ ସଂପର୍କରେ ମହାଖୁଲାସା କରିବେ। ରାହୁଲ ଆଉ ଦେଶରେ ମୁହଁ ଦେଖାଇ ପାରିବେ ନାହିଁ।



from Odisha Reporter http://bit.ly/2T8AUPX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages