ଟାଙ୍ଗିଆରେ ହାଣି ହତ୍ୟା ପରେ କାନ୍ଥରେ ହତ୍ୟାର କାରଣ ଲେଖିଲା ଅଭିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଟାଙ୍ଗିଆରେ ହାଣି ହତ୍ୟା ପରେ କାନ୍ଥରେ ହତ୍ୟାର କାରଣ ଲେଖିଲା ଅଭିଯୁକ୍ତ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଟାଙ୍ଗିଆରେ ହାଣି ହତ୍ୟା ଏବଂ ଏହାପରେ ନିଜେ ଅଭିଯୁକ୍ତ ହତ୍ୟା ପଛର କାରଣ ଲେଖିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ସିମୋର ବଜାରରେ। ସିମୋରର ଗୋପାଳ ପାତ୍ରଙ୍କ ପୁଅ ସତ୍ୟବ୍ରତ ମଙ୍ଗଳବାର ରାତିରେ ଖାଇସାରି ସବୁଦିନ ପରି ନୂଆ ଘରକୁ ଶୋଇବାକୁ ଆସିଥିଲେ। କିନ୍ତୁ ସେ ଜାଣିନଥିଲେ ସେ ଶେଷଥର ପାଇଁ ଶୋଇବାକୁ ଆସିଛନ୍ତି।

ତାଙ୍କର ଏହି ନୂଆ ଘରେ କାମଦାମ କରିବାକୁ ଗତ ଦୁଇ ବର୍ଷ ହେଲା ରହି ଆସୁଥିବା ନରେନ୍ଦ୍ର ତାଙ୍କୁ ଏକ ଟାଙ୍ଗିଆ ସାହାଯ୍ୟରେ ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହା ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ନରେନ୍ଦ୍ର ସବୁବେଳେ ମଦ୍ୟପାନ କରୁଥିବାରୁ ସତ୍ୟବ୍ରତ ତାଙ୍କୁ ବିରୋଧ କରୁଥିଲେ। ମଙ୍ଗଳବାର ଦିନ ମଧ୍ୟ ନରେନ୍ଦ୍ରଙ୍କ ମଦ୍ୟପାନ କରିବାକୁ ନେଇ ଏହାର ପୂର୍ବ ରାତିରେ ସତ୍ୟବ୍ରତ କିଛି କହିଥିବାରୁ ନରେନ୍ଦ୍ର ସତ୍ୟବ୍ରତଙ୍କୁ ହତ୍ୟା କରିଥିବା ପୁଲିସ୍ ଅନୁମାନ କରୁଛି।

ପୁଲିସ୍ ସନ୍ଦେହ ଆହୁରି ଦୃଢ଼ୀଭୂତ ହେବାର କାରଣ ମଧ୍ୟ ରହିଛି। ହତ୍ୟା କଲାପରେ ଅଭିଯୁକ୍ତ ସେହି ନୂଆ ଘରର କାନ୍ଥରେ ସତ୍ୟବ୍ରତଙ୍କ ବାପାଙ୍କ ଉଦ୍ଦେଶ୍ୟରେ ଅଙ୍ଗାର ଓ ପେନସିଲରେ କିଛି ଲେଖିଥିବାର ପୁଲିସ୍ ନଜରକୁ ଆସିଛି। ମୋତେ ମଦ୍ୟପାନ କରିବାକୁ ବାରଣ କରିବାରୁ ମୁଁ ତାକୁ ହତ୍ୟାକରିଛି ବୋଲି ସେ କାନ୍ଥରେ ଲେଖିଛିା

ସକାଳେ ପରିବାରଲୋକେ ଟାଉନଥାନା ପୁଲିସକୁ ଖବର ଦେଇଥିଲୋ ଖବର ପାଇ ପୁଲିସ ପହଞ୍ଚି ସାଇଣ୍ଟଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରି। ତେବେ ଏହା ପ୍ରକୃତରେ ନରେନ୍ଦ୍ର କରିଛି ନା ଏହା ପଛରେ ଆଉ କଣ କାରଣ ଅଛି ସମସ୍ତ ଘଟଣା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2WusHrn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages