ସିବିଆଇ ବନାମ ଓଡ଼ିଶା ପୁଲିସ: ତେଜିଲା ରାଜ୍ୟ ରାଜନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ସିବିଆଇ ବନାମ ଓଡ଼ିଶା ପୁଲିସ: ତେଜିଲା ରାଜ୍ୟ ରାଜନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସମନକୁ ନେଇ ତେଜିଲା ରାଜ୍ୟ ରାଜନୀତି। ବିଜେଡିର ଦୁଇ ବିଧାୟକଙ୍କୁ ସିବିଆଇର ସମନ ପରେ ବିଜେପି ନେତାଙ୍କ ବିରୋଧରେ ପୁଲିସ ସମନ ଏବେ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି। ଉଭୟ ଦଳ ପରସ୍ପର ବିରୋଧରେ ରାଜନୈତିକ ଫାଇଦା ପାଇଁ ତଦନ୍ତ କାରୀ ସଂସ୍ଥାକୁ ବ୍ୟବାହର କରୁଥିବା ଅଭିଯୋଗ ଆଣିଛନ୍ତି।

ବଡ଼କଥା ହେଉଛି ଶିଥିଳ ହୋଇଯାଇଥିବା ସବିଆଇର ଚିଟଫଣ୍ଡ ଦୁର୍ନତୀ ହଠାତ ସକ୍ରିୟ ହୋଇଥିବା ବେଳେ ଚାର୍ଜସିଟ ହୋଇସାରିଥିବା ଦେଢବର୍ଷ ପୂର୍ବର ମାମଲାକୁ ତାଜା କରି ପୁଲିସ ବି ହଠାତ ଅହେତୁକ ଆଗ୍ରହ ଦେଖାଇଛି। ବିଜେପି- ବିଜେଡିର ଏ କଳିକୁ ସମାଲୋଚନା କରିଛି କଂଗ୍ରେସ୍‌। ଚିଟଫଣ୍ଡ ତଦନ୍ତ କରୁଥିବା ସିବିଆଇ ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ  ନୋଟିସ୍ କରିବାର କିଛି ଘଣ୍ଟା ମଧ୍ୟରେ ଆକ୍ସନ ମୋଡକୁ ଆସିଥିଲା ଓଡିଶା ପୁଲିସ। ଖୋଲିଥିଲା ଦେଢବର୍ଷ ତଳର ଛତ୍ରପୁର ବିଜେଡି ନେତା ଲଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା ।

ଆଉ ବିଜେପି ନେତା ଗୋଲକ ମହାପାତ୍ର ଓ ଭୁଗୃ ବକ୍ସିପାତ୍ରଙ୍କୁ ହାଜର ହେବା ପାଇଁ ସମନ କରିଛି ଗଂଜାମ ପୁଲିସ।  ତେବେ ପ୍ରତିଶୋଧ ପରାୟଣ ହୋଇ ସରକାର ପୁଲିସକୁ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେପି। ତେବେ ଶାହଙ୍କ  ଓଡିଶାଗସ୍ତକୁ ଦେଖି ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିବା ବିଜେଡି ପାଲଟା ଜବାବ ଦେଇଛି।

ସିବିଆଇ ଓ ଓଡିଶା ପୁଲିସ ଏକା ସଙ୍ଗେ ନେତାଙ୍କ ବିରୋଧରେ ସକ୍ରିୟ ହେବାର ଆଗରୁ ଅନେକ ନଜିର ରହିଛି ।୨୦୧୭ ଜାନୁଆରୀ ୧୨ରେ  ସିସୋର ଲିଙ୍କରେ ବିଧାୟକ ପ୍ରଭାତ ବିଶ୍ୱାଳ,ସାଂସଦ ରବୀନ୍ଦ୍ର ଜେନା ଓ ନବୀନ ନିବାସରେ କାମ କରୁଥିବା ସରୋଜ ସାହୁଙ୍କ ଘରେ ରେଡ୍ କରିଥିଲା ସିବିଆଇ।  ଏହାର ଠିକ ଦୁଇ ଦିନ ପରେ  ଅର୍ଥାତ ଜାନୁଆରୀ ୧୫ରେ ଭିଜିଲାନ୍ସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇଙ୍କ ତାଳଚେରରେ ଥିବା  ଗ୍ୟାସ ଏଜେନ୍‌ସୀ ଉପରେ ଚଢ଼ାଉ କରିଥିଲା । ସେଇ ବର୍ଷ ସେପ୍ଟେମ୍ବରରେ ବିଜେପି ସଭାପତି ଅମିତ୍ ଶାହ ଦେଇଥିବା ଏହି ଧମକପୂର୍ଣ ଅଭିଭାଷଣ ଉପରେ ଲୁଟ କରିଥିବା ନେତାଙ୍କୁ ଜେଲରେ ପୁରାଇବାକୁ ଧମକ ଦେଇଥିଲେ।

ଏହାର ଠିକ୍  ୧୦ ଦିନ ପରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ। ତେବେ ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଥିଲା ବିଜେଡି । ଏବେ ପ୍ରଶ୍ନ ଏକା ସମୟରେ ଦୁଇ ତଦନ୍ତ କାରୀ ସଂସ୍ଥା  ସକ୍ରିୟ ହେଉଛନ୍ତି କାହିଁକି? ଏହା  କେବଳ ଏକ ସଂଯୋଗ ନା ପଛରେ ରହିଛି ରାଜନୈତିକ ପ୍ରତିଶୋଧ? ଏହାକୁ ନେଇ ଉଭୟ ଦଳକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବିଜେଡି -ବିଜେପି ଭିତିରି ସଂପର୍କ କଥା ଉଟାଇ ବର୍ଷିବା ପରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦପକାଇବାକୁ ଉଭୟ ପରସ୍ପର ବିରୋଧରେ ତଦନ୍ତ କାରୀ ସଂସ୍ଥାକୁ ବ୍ୟବହାର କରୁନାହାଁନ୍ତି ତ  ? ତାକୁ ନେଇ ଉଠିଛି ପ୍ରଶ୍ନ।



from Odisha Reporter http://bit.ly/2Bbmyr7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages