୮୫୫ ଜଣଙ୍କୁ ମିଳିବ ପୁଲିସ୍‌ ପଦକ, ସାହସିକତା ପାଇଁ ମେଡାଲ ପାଇବେ ୧୪୯ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

୮୫୫ ଜଣଙ୍କୁ ମିଳିବ ପୁଲିସ୍‌ ପଦକ, ସାହସିକତା ପାଇଁ ମେଡାଲ ପାଇବେ ୧୪୯

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ରାଷ୍ଟ୍ରପତି ପୁଲିସ୍‌ ପଦକ ଘୋଷଣା କରାଯାଇଛି। ଦେଶର ୮୫୫ ଜଣ ପୁଲିସ୍‌ ଓ ଅର୍ଦ୍ଧସାମରିକ ବାହିନୀର ସଦସ୍ୟଙ୍କୁ ଏଥର ରାଷ୍ଟ୍ରପତି ପୁଲିସ୍‌ ପଦକ ପ୍ରଦାନ କରିବେ। ଏମାନଙ୍କ ମଧ୍ୟରୁ ୧୪୯ ଜଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସାହସିକତା ପାଇଁ ମେଡାଲ ମିଳିବ। ଏହି ୧୪୯ ଜଣ ସୁରକ୍ଷାକର୍ମୀ ଜମ୍ମୁ-କଶ୍ମୀର, ନକ୍ସଲ ପ୍ରଭାବିତ ଅଞ୍ଚଳ ଓ ଅନ୍ୟ ରାଜ୍ୟରେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର ସାହସିକତା ଦେଖାଇଥିବାରୁ ସେମାନଙ୍କୁ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ମେଡାଲ ଦେଇ ସମ୍ମାନିତ କରିବେ।

ଦେଶର ସର୍ବୋଚ୍ଚ ଅର୍ଦ୍ଧସାରିକ ବାହିନୀକୁ ଚଳିତ ବର୍ଷ ସର୍ବାଧିକ ୪୪ଟି ସାହସିକ ପଦକ ମିଳିଥିବାକୁ ଥିବା ବେଳେ ଏହା ପଛକୁ ଓଡ଼ିଶା ପୁଲିସ୍‌ର ୨୬ ଜଣ ସଦସ୍ୟ ମେଡାଲ ପାଇବେ। ସେହିପରି ଜମ୍ମୁ-କଶ୍ମୀର ପୁଲିସ୍‌ର ୨୫ ଜଣ ଓ ଛତିଶଗଡ଼ର ୧୪ ଜଣ ସଦସ୍ୟଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରିବେ।

ସିଆର୍‌ପିଏଫ୍‌ର ୩ ଜଣ ସଦସ୍ୟଙ୍କୁ ମରଣତ୍ତୋର ଭାବେ ରାଷ୍ଟ୍ରପତି ସାହସିକ ପଦକ ମିଳିବ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “ଚଳିତ ବର୍ଷ ସାହସିକତା ପାଇଁ ୧୪୬ ଜଣ ରାଷ୍ଟ୍ରପତି ପଦକ ବା ପିଏମ୍‌ଜି, ୭୪ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ୍‌ ପଦକ ଓ ୬୩୨ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ମିଳିବ।

ସାହସିକତା ମେଡାଲ ପାଇବାକୁ ଥିବା ଅନ୍ୟମାନଙ୍କ ମଧ୍ୟରେ ମେଘାଳୟ(୧୩), ଉତ୍ତର ପ୍ରଦେଶ (୧୦), ବିଏସ୍‌ଏଫ୍‌(୮),ଦିଲ୍ଲୀ(୪),ଝାରଖଣ୍ଡ(୩) ଓ ଆସାମ ରାଇଫଲ ଏବଂ ଇଣ୍ଡୋ-ତିବ୍ବତ ବର୍ଡର ପୁଲିସ୍‌କୁ ଗୋଟିଏ ଲେଖାଏ ପଦକ ମିଳିଛି।



from Odisha Reporter http://bit.ly/2Dw7A0c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages