
ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ସାଧାରଣବର୍ଗର ଲୋକଙ୍କ ପାଇଁ ପ୍ରସ୍ତାବିତ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦% ଆରକ୍ଷଣ ଆଇନ ପାଇଁ ଆସିଥିବା ବିଧେୟକ ବିରୋଧରେ ସ୍ଥଗିତାଦେଶ ଆଣିବାକୁ କରାଯାଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଅଗ୍ରାହ୍ୟ କରିବା ସହିତ ଏହାର ବୈଧତା ପରୀକ୍ଷା କରାଯିବ ବୋଲି କୋର୍ଟ କହିଛନ୍ତି। ଏହା ସହିତ ସ୍ପଷ୍ଟ ହୋଇଯାଇଛି ଯେ ମେ ମାସରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏହି ଆରକ୍ଷଣ ନା ରଦ୍ଦ କରାଯାଇପାରିବ ନା ଅନ୍ୟ କୌଣସି ଉପାୟରେ ଅଟକାଯାଇପାରିବ।
ଅଳ୍ପ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ଏଥିରେ ପରିବର୍ତ୍ତନ ଆଣିବା ସହିତ ଏହାକୁ ସଂସଦରେ ଆଗତ କରାଇବା ବାବଦରେ ଆଗାମୀ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ହେବ।
ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ଆରକ୍ଷଣ ବାବଦରେ ଅନେକ ଆବେଦନର ଶୁଣାଣି କରିଛନ୍ତି। ଆରକ୍ଷଣରେ ୫୦ ପ୍ରତିଶତ ସୀମାକୁ ଏହା ଅତିକ୍ରମ କରିଥିବା ଅଭିଯୋଗ ହେଉଥିଲା। ଏହି ଆରକ୍ଷଣ ଅନୁଯାୟୀ ହିତାଧିକାରୀଙ୍କର ୮ ଲକ୍ଷରୁ କମ୍ ବାର୍ଷିକ ରୋଜଗାର ଥିବ ଏବଂ ୫ ଏକରରୁ କମ୍ ଜମି ଥିବ।
ଏହି ଆବେଦନରେ ଦର୍ଶାଯାଇଥିଲା, ୧୯୯୨ ମସିହାରେ ମଣ୍ଡଳ କମିଶନ୍ ରାୟରେ ସୁପ୍ରିମ୍କୋର୍ଟ କହିଥିଲେ, “ସମ୍ବିଧାନ ଅନୁଯାୟୀ କେବଳ ଅର୍ଥନୀତିକ ସ୍ଥିତି ଆଧାରରେ ଆରକ୍ଷଣ ସ୍ଥିର କରାଯାଇପାରିବନି।”
from Odisha Reporter http://bit.ly/2UglCIS
No comments:
Post a Comment