କୁମ୍ଭମେଳା ପୂର୍ବରୁ ଭୟଙ୍କର ଅଗ୍ନିକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

କୁମ୍ଭମେଳା ପୂର୍ବରୁ ଭୟଙ୍କର ଅଗ୍ନିକାଣ୍ଡ

ଆହ୍ଲାବାଦ/ପ୍ରୟାଗରାଜ: ପ୍ରସିଦ୍ଧ କୁମ୍ଭମେଳା ଆୟୋଜନ ହେବାକୁ ଥିବା ଦିଗମ୍ଭର ଅନି ଅଖରଠାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ସିଲଣ୍ଡର ବିସ୍ଫୋରଣ ଯୋଗୁ ଏଠାରେ ଥିବା ଟେଣ୍ଟରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା।

ଏହାପରେ ନିଆଁ ଅନ୍ୟ ସ୍ଥାନକୁ ବ୍ୟାପିଥିଲା। ଅଗ୍ନିକାଣ୍ଡ ଯୋଗୁ ଏକାଧିକ ଟେଣ୍ଟ ଓ କାର୍‌ ପୋଡ଼ି ଜଳି ପାଉଁଶ ହୋଇଯାଇଛି। ତେବେ ଏଯାଏ ମୃତାହତଙ୍କ ଖବର ମିଳିନାହିଁ। ଏବେ ଏକାଧିକ ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥିସହ ଟେଣ୍ଟ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଆସନ୍ତାକାଲି ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବା ପୂର୍ବରୁ ଏଭଳି ଅଗ୍ନିକାଣ୍ଡ ଲୋକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।



from Odisha Reporter http://bit.ly/2AJJ2Pv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages