
କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଡିମ୍ବୋ ଗାଁରେ ଗତକାଲି ଜଣେ ବାଳକ ଏକ ଲୁହା ରଡ୍ ଧରି ଖେଳୁଥିଲା। ତେବେ କୌଣସି କାରଣ ବଶତଃ ହଠାତ୍ ସେ ଲୁହା ରଡ୍ ଉପରେ ପଡ଼ି ଯାଇଥିଲେ। ଲୁହା ରଡ୍ଟି ଏମିତି ଢଙ୍ଗରେ ଥିଲା ଯେ ତାହା ତାଙ୍କ ଛାତିରେ ପଶି ଯାଇଥିଲା।
ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ପଠାଇ ଦେଇଥିଲେ।
କଟକ ବଡ଼ ଡାକ୍ତରଖାନାରେ ଆଜି ତାଙ୍କର ଅପରେସନ୍ କରାଯାଇ ଲୁହା ରଡ୍କୁ କାଢ଼ି ଦିଆଯାଇଛି।
ଆହତ ଛାତ୍ରଙ୍କ ନାଁ ଚନ୍ଦନ ମହାକୁଡ଼। ତାଙ୍କୁ ୧୦ ବର୍ଷ ହୋଇଛି। ସେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି। ଗତକାଲି ଅପରାହ୍ଣ ପ୍ରାୟ ୪ଟା ବେଳେ ଏ ଘଟଣା ଘଟିଥିଲା।
ଚନ୍ଦନଙ୍କ ବାପା ନନ୍ଦ କିଶୋର ମହାକୁଡ଼ କହିଛନ୍ତି ଯେ ଅପରେସନ୍ ସରି ଯାଇଛି। ଲୁହା ରଡ୍ କାଢ଼ି ଦିଆଯାଇଛି।
from Odisha Reporter http://bit.ly/2TNYEZn
No comments:
Post a Comment