
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମୁମ୍ୱାଇରେ ଭାରତୀୟ ସିନେମାର ରାଷ୍ଟ୍ରୀୟ ସଂଗ୍ରହାଳୟ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ ବହୁ ବଲିଉଡ୍ ଓ ଟେଲିଭିଜନ୍ ତାରକା ଉପସ୍ଥିତ ଥିଲେ।
ଏହି ଅବସରରେ କମେଡ଼ି କିଙ୍ଗ୍ କପିଲ୍ ଶର୍ମା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଏହି ସାକ୍ଷାତ ଆଲୋଚନା ବେଳର ଫଟୋକୁ କପିଲ୍ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି।
କପିଲ୍ ଏହି ଫଟୋକୁ ଶେଆର୍ କରି ଲେଖିଛନ୍ତି, “ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆପଣଙ୍କ ସହ ସାକ୍ଷାତ କରି ଭଲ ଲାଗିଲା। ଦେଶ ଓ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଗତି ଦିଗରେ ଆପଣଙ୍କଠାରୁ ଆମକୁ ଉତ୍ତମ ପ୍ରସ୍ତାବ ଓ ପରାମର୍ଶ ଶୁଣିବାକୁ ମିଳିଲା। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ଆପଣଙ୍କ ପାଖରେ ଏକ ଭଲ ମଣିଷର ଗୁଣ ରହିଛି।”
Respected pm Sh @narendramodi ji,it was nice meeting u n great knowing ur inspiring ideas and progressive views about our film industry and our nation. N sir I must say u have a great sense of humor too! regards
pic.twitter.com/2fDpGC2qwh
— KAPIL (@KapilSharmaK9) January 19, 2019
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଫିଲ୍ମକୁ ସାମାଜିକ ଚିତ୍ର ପରିବର୍ତ୍ତନ କରୁଥିବା ଆଇନା ବୋଲି କହି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ “ଫିଲ୍ମଗୁଡ଼ିକୁ ସାମାଜିକ ପରିବର୍ତ୍ତନ ପାଇଁ ମନେ ପକା ଯାଇଥାଏ। ଏଥିରେ ଭବିଷ୍ୟତ ପରିବର୍ତ୍ତନର କୌଶଳ ବି ରହିଛି। ଶହ ଶହ ଭାଷା, ହଜାର ହଜାର କଥା ଓ ବିଭିନ୍ନ ସସ୍କୃତିକୁ ଫିଲ୍ମ ଏକାଠି କରିଥାଏ। ଏହା ସହ ଫିଲ୍ମ ପର୍ଯ୍ୟଟନର ପ୍ରଚାର ଓ ପ୍ରସାର କରି ରୋଜଗାରର ରାସ୍ତା ସୃଷ୍ଟି କରିଥାଏ। ତେଣୁ ରାଷ୍ଟ୍ରକୁ ନିର୍ମାଣ କରିବାରେ ଫିଲ୍ମର ବିଶାଳ ଯୋଗଦାନ ରହିଛି।”
ଏହା ସହ ଭାରତୀୟ ଫିଲ୍ମ ସାରା ଦୁନିଆର ପ୍ରତିନିଧିତ୍ୱ କରିବା କଥା ମୋଦି ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ‘କ୍ୟୁଁ କି ଶାସ୍ ଭି କଭି ବହୂ ଥି’ ଓ ‘ରାମାୟଣ’ ପରି ଟିଭି ସିରିଏଲ୍ ବିଦେଶରେ ମଧ୍ୟ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଓ କେନ୍ଦ୍ର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2W4nvdv
No comments:
Post a Comment