ଭେଣ୍ଟିଲେଟର୍‌ରେ ‘ମଣିକର୍ଣ୍ଣିକା’ର ନିର୍ମାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ଭେଣ୍ଟିଲେଟର୍‌ରେ ‘ମଣିକର୍ଣ୍ଣିକା’ର ନିର୍ମାତା

ମୁମ୍ୱାଇ: କଙ୍ଗନା ରାନାୱତ୍‌ ଅଭିନୀତ ତଥା ନିର୍ଦ୍ଦେଶିତ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନ୍‌ସୀ’ ରିଲିଜ୍‌ ହେବା ପାଇଁ ଆଉ ଗୋଟିଏ ସପ୍ତାହ ବାକି ରହିଛି। କିନ୍ତୁ ଏହା ପୂର୍ବରୁ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ଫିଲ୍ମର ନିର୍ମାତା କମଲ୍‌ ଜୈନ୍‌ ଅସୁସ୍ଥତା ଯୋଗୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।
ଶନିବାର ତାଙ୍କୁ ପାରାଲିଟିକ୍‌ ଷ୍ଟ୍ରୋକ୍‌ ହେବା ଯୋଗୁ ହସ୍ପିଟାଲ୍‌ ଭର୍ତ୍ତି କରାଯିବା ପରେ ଭେଣ୍ଟିଲେଟର୍‌ରେ ରଖାଯାଇଛି। ସେହି ଦିନ ସେ ଟ୍ୱିଟ୍‌ କରି ମଣିକର୍ଣ୍ଣିକା ଟିମ୍‌କୁ କହିଥିଲେ, “ମୋର ପ୍ରିୟ ସାଥୀ, ଏହା ମୋ ପାଇଁ ଭଲ ସମୟ ନୁହେଁ। ମୁଁ ବର୍ତ୍ତମାନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି। ମୁଁ ଆଶା କରୁଛି, ଖୁବ୍‌ ଶୀଘ୍ର ଭଲ ହୋଇଯିବି। ଏହାପରେ ‘ମଣିକର୍ଣ୍ଣିକା’ ପାଇଁ ଆମେ ସମସ୍ତେ ଯେଉଁ ପରିଶ୍ରମ କରିଥିଲୁ, ଏହାର ସଫଳତା ମନାଇବା। ସମସ୍ତଙ୍କୁ ମୋର ଶୁଭେଚ୍ଛା।“


ତେବେ ରିଲିଜ୍‌ ହେବା ପୂର୍ବରୁ ନିର୍ମାତାଙ୍କର ଏହି ଅସୁସ୍ଥତା ଖବର ଫିଲ୍ମର ପୂରା ଟିମ୍‌କୁ ଚିନ୍ତାରେ ପକାଇଛି। ଏଥିପାଇଁ ଫିଲ୍ମର ରିଲିଜ୍‌ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଫିଲ୍ମଟି ୨୫ ଜାନୁଆରୀରେ ରିଲିଜ୍‌ ହେବ। ଏଥିରେ କଙ୍ଗନା ଲିଡ୍‌ ରୋଲ୍‌ରେ ଥିବାବେଳେ ତାଙ୍କ ସହ ଅଙ୍କିତା ଲୋଖଣ୍ଡେ, ଅତୁଲ୍‌ କୁଲକର୍ଣ୍ଣୀ, ସୁରେଶ ଓବରଏ, ଡ୍ୟାନି ଡେଙ୍ଗ୍‌ଜୋପା ପ୍ରମୁଖ ଅଭିନୟ କରିଛନ୍ତି। କଙ୍ଗନା ରାନାୱତ୍‌ ଓ କୃଷ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଅନ୍ୟପକ୍ଷରେ କଙ୍ଗନା ଅଭିନୀତଏହି ଫିଲ୍ମକୁ କରନୀ ସେନାର ବିରୋଧ ସମ୍ପର୍କିତ ପ୍ରସଙ୍ଗରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଏକ ଇଣ୍ଟରଭ୍ୟୁରେ କରନୀ ସେନା ନେତା ଲୋକେନ୍ଦ୍ର କାଲବୀ କହିଛନ୍ତି, “ଏହି ଫିଲ୍ମକୁ ବିରୋଧ କରିବାj କୌଣସି କାରଣ ନାହିଁ। କୌଣସି ସମୁଦାୟ, ଗୋଷ୍ଠୀ, ପରିବାର କିମ୍ୱା କୌଣସି ବ୍ୟକ୍ତି, ଏପରିକି ଝାନ୍‌ସୀର ଲୋକ କିମ୍ୱା ବ୍ରାହ୍ମଣ ସମ୍ପ୍ରଦାୟ ମଧ୍ୟ ଆପତ୍ତି ଉଠାଇ ନାହାନ୍ତି। ଝାନ୍‌ସୀର ଲୋକଙ୍କର ଯଦି କୌଣସି ଅସୁବିଧା ନାହିଁ, ତେବେ ଆମେ କାହିଁକି ଏହି ଫିଲ୍ମକୁ ବିରୋଧ କରିବୁ।”



from Odisha Reporter http://bit.ly/2szuTjw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages