ସ୍ୱାମୀଙ୍କ ବିବାଦୀୟ ବୟାନ: କହିଲେ ପ୍ରିୟଙ୍କା ଗାନ୍ଧି ଲୋକଙ୍କୁ ପିଟନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ସ୍ୱାମୀଙ୍କ ବିବାଦୀୟ ବୟାନ: କହିଲେ ପ୍ରିୟଙ୍କା ଗାନ୍ଧି ଲୋକଙ୍କୁ ପିଟନ୍ତି

ନୂଆଦିଲ୍ଲୀ: ବିଜେପି ନେତା ତଥା ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ଖବରସରବରାହ ସଂସ୍ଥା ଏଏନ୍‌ଆଇକୁ ଦେଇଥିବା ବୟାନ୍ ଅନୁଯାୟୀ, ପ୍ରିୟଙ୍କା ଗାନ୍ଧିଙ୍କର ଏକ ରୋଗ ଅଛି। ଯାହା ସାର୍ବଜନିକ ଜୀବନରେ ଅନୁକୂଳ ଏବଂ ଉପଯୁକ୍ତ ନୁହେଁ। ଏହାକୁ ବାଇପୋଲାରିଟି ବୋଲି କୁହାଯାଏ।

ଅର୍ଥାତ ଏହି ରୋଗର ଲକ୍ଷଣ ହେଉଛି ସମ୍ପୃକ୍ତ ବ୍ୟକ୍ତିର ହିଂସାବାଦୀ ଚରିତ୍ର ଦେଖାଯାଇଥାଏ। ଆଉ ସେ ଲୋକଙ୍କୁ ପିଟିଥାନ୍ତି। ଖାଲି ସେତିକିରେ ଅଟକି ନଥିଲେ ସ୍ୱାମୀ। ସେ ଆହୁରୀ କହିଛନ୍ତି ଯେ, “ପ୍ରିୟଙ୍କା ଗାନ୍ଧି କେତେବେଳେ ନିଜ ଉପରୁ ସନ୍ତୁଳନ ହରାଇ ବସିବେ ତାହା ଲୋକମାନେ ଜାଣିବା ଉଚିତ୍”।

ଏହା ପୂର୍ବରୁ ଅନେକ ବିଜେପି ନେତା ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିଜେପି ନେତା କୈଳାସ ବିଜୟଭାର୍ଗୀୟ କହିଥିଲେ ଯେ, ଗାନ୍ଧି ପରିବାର ପାଖରେ ନିର୍ବାଚନ ଲଢ଼ିବାକୁ ଆଉ ସେମିତି କେହି ଖାସ୍‌ ନେତା ନାହାନ୍ତି। ତେଣୁ ଦଳ ଚକୋଲେଟ୍‌ ଚେହେରାକୁ ଅବତୀର୍ଣ୍ଣ କରି ନିର୍ବାଚନ ଲଢ଼ିବାକୁ ଚାହୁଁଛି।

ସେହିପରି ବିହାରର ବିଜେପି ନେତା ବିନୋଦ ନାରାୟଣ ଝା ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ବିବାଦୀୟ ଟିପ୍ପଣୀ କହିଥିଲେ ଯେ, ମତେ ପ୍ରିୟଙ୍କା ଗାନ୍ଧି କେବଳ ସୁନ୍ଦର ଦେଖାଯିବା ଛଡ଼ା ତାଙ୍କର ଆଉ କୌଣସି ଗୁଣ ଦେଖାଯାଉ ନାହିଁ। ପ୍ରକୃତୀ ତାଙ୍କୁ ସୁନ୍ଦରୀ କରିଛି। ହେଲେ କଂଗ୍ରେସ ମନେ ରଖିବା ଉଚିତ୍‌ ଯେ, ସୁନ୍ଦରତାରୁ ଭୋଟ୍‌ ମିଳେ ନାହିଁ। ସୂଚନା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧି ଭଦ୍ରା ସକ୍ରିୟ ରାଜନୀତିରେ ପାଦ ଦେବା ପରେ ବିରୋଧୀଙ୍କ ଟାର୍ଗେଟରେ ରହିଆସିଛନ୍ତି।

ସୌଜନ୍ୟ: ନ୍ୟୁଜ୍‌-୧୮



from Odisha Reporter http://bit.ly/2RfduXr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages