ଫେସବୁକ ବନ୍ଧୁ ସାଜିଲା ବଇରି, ପ୍ରେମ କରି ହତାଶ ହେବାରୁ ଭଣଜାର ନେଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ଫେସବୁକ ବନ୍ଧୁ ସାଜିଲା ବଇରି, ପ୍ରେମ କରି ହତାଶ ହେବାରୁ ଭଣଜାର ନେଲା ଜୀବନ

ବ୍ରହ୍ମପୁର(ଅଶୋକ ବ୍ରହ୍ମା/ଜଗନ୍ନାଥ ସାହୁ ):ଫେସବୁକ ବନ୍ଧୁ ସାଜିଲା ବଇରି । ବିବାହିତ ମହିଳାଙ୍କ ସହ ବନ୍ଧୁତା ଓ ପରେ ସମ୍ପର୍କୀୟ ଭଉଣୀ ଓ ଶେଷରେ ପ୍ରେମ କରି ହତାଶ ହେବାରୁ ସମ୍ପର୍କୀୟ ଭଣଜାର ଜୀବନ ନେଇଛି ମାମୁଁ।  ମାତ୍ର ୭ ବର୍ଷର ନିଷ୍ପାପ ଶିଶୁକୁ ଅପରହରଣ ପରେ ନିର୍ମମ ହତ୍ୟା କରି ଫେରାର ହେବାର ୪ ଦିନ ପରେ ଆଜି ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳରେ ଘଟିଥିବା ଏ ଘଟଣା ପୂରା ଜିଲ୍ଲାରେ ଚହଳ ସୃଷ୍ଟି କରିଛି ଏତତରଫା ପ୍ରେମରୁ ଜଘନ୍ୟ ହତ୍ୟା।  ଇପ୍‌ସିତ ଇଛା ପୂରଣ ନହେବାରୁ ବଳିରେ ଚଢ଼ିଲା ୭ ବର୍ଷର ନିଷ୍ପାପ ଶିଶୁ।  ବିବାହିତ ମହିଳାଙ୍କୁ ପ୍ରେମ କରି ଶେଷରେ ପ୍ରତ୍ୟାଖ୍ୟାତ ହେବାରୁ ପିଶାଚ ସାଜିଛି ଏହି ନରରୂପୀ ରାକ୍ଷସ। ଏହି ଜହ୍ଲାଦ ଯୁବକ ଜଣକ ହେଉଛନ୍ତି ଯାଜପୁର ଅଞ୍ଚଳରଦେବାଶିଷ ପଣ୍ଡା।

ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳରେ ୭ ବର୍ଷର ପୁଅ ସହ ଭଡ଼ାରେ ରହୁଥିଲେ ଜଣେ ମହିଳା। କିଛି ଦିନ ତଳେ ମହିଳାଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲା ଦେବାଶିଷ। ପରେ ସେ ନିୟମିତ ତାଙ୍କ ଘରକୁ ଯାଆସ ସହ ଧର୍ମ ଭାଇର ସମ୍ପର୍କ ବି ଯୋଡ଼ିଥିଲା । ତେବେ ପରେ ମହିଳାଙ୍କ ପ୍ରେମରେ ପଡ଼ିବା ସହ ତାଙ୍କୁ ପ୍ରେମ ନିବେଦନ କିର ବିଫଳ ହେବାରୁ ମହିଳାଙ୍କ ୭ ବର୍ଷର ପୁଅ ଉପରେ ରାଗ ଶୁଝାଇବାକୁ ରଚିଥିଲା ଷଡ଼ଯନ୍ତ୍ର । ଯୋଜନା ଅନୁସାରେ ସମ୍ପର୍କୀୟ ଭଜଣାକୁ ସ୍କୁଲରେ ଛାଡ଼ିବାକୁ କହି ପ୍ରଥମେ ଅପହରଣ ପରେ ହତ୍ୟା କରିଥିଲା ଦେବାଶିଷ। ପୁଲିସର କହିବା ଅନୁଯାୟୀ, ଏକତରଫା ପ୍ରେମ ଓ ଯୌନ ଆବେଦନରେ ବିଫଳତା ହେଉଛି ଜଘନ୍ୟ ହତ୍ୟା ପଛର କାରଣ। ଅଭିଯୁକ୍ତ ବି ପୁଲିସ ଆଗରେ ଏ କଥାକୁ ସ୍ୱୀକାର କରିଛି।

ଗତ ୧୨ ତାରିଖରେ ସମ୍ପର୍କୀୟ ଭଣଜାକୁ ସ୍କୁଲରେ ଛାଡ଼ିବା ବାହାନାରେ ତାରାତାରିଣୀ ପାହାଡ଼କୁ ନେଇଥିଲା ଦେବାଶିଷ। ସେଠାରେ ତାକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲ।।  ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା ସେ। ଏପଟେ ପୁଅ ନିଖୋଜ ନେଇ ଗୋଷାଷୀ ନୂଆଁଗା ଥାନାରେ ଏତଲା ଦେଇଥିଲେ ମହିଳା । ପୁଲିସ ଅଭିଯୁକ୍ତର ମୋବାଇଲ ଟ୍ରାକ୍ କରି ତାକୁ ସୋନପୁର ଡୁଙ୍ଗୁରିପାଲିରୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତ ପୂରା ଘଟଣାର ଖୁଲାସା କରିଛି। ପରେ ପୁଲିସ ହତ୍ୟା ସ୍ଥଳକୁ ଯାଇ ମୃତ ଶିଶୁର ଶବକୁ ଉଦ୍ଧାର କରିଥିଲା। ତେବେ ୪ ଦିନ ଧରି ଅପରହରଣ ନାଟକ ପର୍ଦ୍ଦାଫାସ ଓ ହତ୍ୟାକାରୀକୁ ଧରିବାକୁ ନାକେଦମ୍ ହୋଇଥିଲା ବ୍ରହ୍ମପୁର ପୁଲିସ।  ଏପଟେ ଘଟଣା ଉପରୁ ପରଦା ହଟିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।



from Odisha Reporter http://bit.ly/2QNSTsZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages