ଖତରୋଁ କି ଖିଲାଡୀରେ ଶ୍ରୀସନ୍ତ,  ବିଗ୍‌ବସ୍‌ର ବାସ୍ତବିକତା ଉପରେ ପ୍ରଶ୍ନବାଚୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଖତରୋଁ କି ଖିଲାଡୀରେ ଶ୍ରୀସନ୍ତ,  ବିଗ୍‌ବସ୍‌ର ବାସ୍ତବିକତା ଉପରେ ପ୍ରଶ୍ନବାଚୀ

ମୁମ୍ବାଇ: ଷ୍ଟଣ୍ଟ୍‌ ରିଆଲିଟି ଶୋ’ ଖତରୋଁ କି ଖିଲାଡୀର  ଆଉ ଏକ ସିଜିନ୍‌  ଆରମ୍ଭ ହୋଇଯାଇଛି।  ଶନିବାର ଏହାର ପ୍ରିମିୟମ୍‌ ଦେଖାଯାଇଛି। ଏଥିରେ ନିକଟରେ ଶେଷ ହୋଇଥିବା ବିଗ୍‌ବସ୍‌ ପ୍ରତିଯୋଗୀ ଶ୍ରୀସନ୍ତ ବି ନଜର ଆସିଥିଲେ।  ଶ୍ରୀସନ୍ତଙ୍କ ଉପସ୍ଥିତିକୁ ନେଇ ଟ୍ୱିଟର ୟୁଜରମାନେ ବିଗ୍‌ବସ୍‌ର ବାସ୍ତବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ପ୍ରଥମ ଏପିସୋଡ୍‌ ପରେ ଟ୍ୱିଟରରେ ୟୁଜରମାନଙ୍କର ରିଆକ୍‌ସନ୍‌ ଦେଖିବାକୁ ମିଳିଛି।

ଜଣେ ୟୁଜର ପ୍ରଶ୍ନ କରିଛନ୍ତି ଯେ, ରୋହିତ୍‌ ସେଟ୍ଟୀଙ୍କୁ କେମିତି ଜଣା ପଡ଼ିଲା ଯେ ଶ୍ରୀସନ୍ତ ବିଗ୍‌ବସ୍‌ରୁ ହାରିଗଲେ।

ଏହା ଛଡ଼ା ‘ଖତ୍‌ରୋ କି ଖିଲାଡୀ’ ଜୁଲାଇ, ଅଗଷ୍ଟ ୨୦୧୮ରେ ଶୁଟିଂ ହୋଇଥିଲା ଓ ବିଗ୍‌ବସ୍‌ ସେପ୍ଟେମ୍ବରରେ।

ଅନ୍ୟ ଜଣେ ୟୁଜର ଲେଖିଥିଲେ, ଶ୍ରୀସନ୍ତ ବିଗତ ୧୦୫ ଦିନରୁ ବିଗ୍‌ବସ୍‌ ଘରେ ଥିଲେ।  ତଥାପି ସେ କେମିତି ପ୍ରଥମ ଦିନରେ ଖତରୋଁକି ଖିଲାଡୀରେ ନଜର ଆସି ପାରିଲେ।

ସୂଚନା ଯୋଗ୍ୟ ଯେ, ଶ୍ରୀସନ୍ତ ବିଗ୍‌ବସ୍‌ ଘରେ ଦ୍ୱିତୀୟ ନମ୍ବରରେ ଥିଲେ। ଶ୍ରୀସନ୍ତ ବିଗ୍‌ବସ୍‌ ପରେ  ଏବେ ଖତ୍‌ରୋଁ କି ଖିଲାଡୀରେ ନଜର ଆସୁଛନ୍ତି। ଏଥର ଖତ୍‌ରୋଁ କି ଖିଲାଡ଼ୀରେ  ପୁନୀତ୍‌ ପାଠକ, ଆଦିତ୍ୟ ନାରାୟଣ, ଭାରତୀ ସିଂହ, ହର୍ଷ ଲିମ୍ବଛିୟା, ବିକାଶ ଗୁପ୍ତା, ଶ୍ରୀସନ୍ତ, ଅଭିକା ଗୈର୍‌, ଏଲୀ ଗନୀ, ଶମିତା ଶେଟ୍ଟୀ, ଜୈନ୍‌ ଇମାମ୍‌,  ଜସ୍ମିନ ଓ ରିଦ୍ଦିମା ପଣ୍ଡିତ୍‌ ଯୋଗ ଦେଇଛନ୍ତି।



from Odisha Reporter http://bit.ly/2C27trx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages