୫ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ଏହି ସବୁ ପପୁଲାର୍‌ ସ୍ମାର୍ଟଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

୫ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ଏହି ସବୁ ପପୁଲାର୍‌ ସ୍ମାର୍ଟଫୋନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌):  ନୂଆ ବର୍ଷରେ ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ଭାବୁଛନ୍ତି କି? ତେବେ ଆପଣଙ୍କ ପାଇଁ ଏବେ ଅନେକ ବିକଳ୍ପ ରହିଛି। ଆଗକୁ କିଛି ନୂଆ ସ୍ମାର୍ଟ ଫୋନ୍‌ ଲଞ୍ଚ୍ ହେବାକୁ ଅଛି। ତେଣୁ ଗତବର୍ଷ ଲଞ୍ଚ୍‌ ହୋଇଥିବା କିଛି ସ୍ମାର୍ଟ ଫୋନ୍‌ର ଦାମ୍‌ କମ୍‌ କରିଦିଆଯାଇଛି।  ଏଥିରେ ରହିଛି ଟ୍ରେଣ୍ଡିଂରେ ଥିବା ସାଓମି, ଓପୋ, ଭିଭୋ, ଜେନ୍‌ଫୋନ୍ ଓ ନୋକିଆ ଭଳି କିଛି ନାମୀ ଦାମୀ କମ୍ପାନୀର ସ୍ମାର୍ଟଫୋନ୍। ଚାଲନ୍ତୁ ଜେଣିବା, କେଉଁ ଫୋନ୍‌ ଏବେ କେତେ ଶସ୍ତା ହୋଇଛି।

୧. ନିକଟରେ ଭିଭୋ ନିଜ ଫ୍ଲାଗସିପ୍‌ NEXର ମୂଲ୍ୟ ୫,୦୦୦ ଟଙ୍କା ଶସ୍ତା କରିଛି। ଏବେ ଏହା ମାତ୍ର ୩୯ ହଜାର ୯୯୯ ଟଙ୍କାରେ ମିଳିବ। ଏହା ଏବେ ସବୁଠୁ ଟ୍ରେଣ୍ଡ କରୁଥିବା ସ୍ମାର୍ଟଫୋନ୍‌ ଏବଂ ଏହାର ସ୍ପେସିଫିକେସନ୍‌ ମଧ୍ୟ ଜବରଦସ୍ତ ରହିଛି।

୨. ସେହିଭଳି Xiaomi Poco F1ର ମୂଲ୍ୟ ୧ହଜାର ଟଙ୍କା କମ୍‌ କରାଯାଇଛି। ଶସ୍ତା ହେବା ପରେ ଏହି 8GB ରାମ୍ ଓ 256GB ମେମୋରୀ ଭ୍ୟାରିୟାଣ୍ଟ ସ୍ମାର୍ଟଫୋନ୍‌ ମୂଲ୍ୟ ୨୭ ହଜାର ୯୯ଟଙ୍କା ରହିଛି।

 ୩. Xiaomiର ଆଉ ଏକ ଫୋନ୍ Redmi Note 6 Proର ମୂଲ୍ୟ ୨ ହଜାର ଟଙ୍କା କମ୍‌ ହୋଇଛି। ଏବେ ଏହି ଫୋନ୍‌ର ମୂଲ୍ୟ ୧୩, ୯୯୯ ଟଙ୍କା ଥିବାବେଳେ ଫ୍ଲିପ୍‌କାର୍ଟରେ ରହିଛି ବିଶେଷ ଅଫର୍। ଅଫର୍‌ ଅନୁଯାୟୀ, ଆକ୍ସିସ ବ୍ୟାଙ୍କ କାର୍ଡରେ କିଣିଲେ ୧୦% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ମଧ୍ୟ ମିଳିବ।

୪. ସାଓମିର Redmi Note 5କୁ କଡ଼ା ଟକ୍କର ଦେଉଥିବା Zenfone Max Pro M1ର ମୂଲ୍ୟ ୧ ହଜାର ଟଙ୍କା କମ୍‌ ହୋଇଛି। ଏହାର 3GB ରାମ୍ ଭ୍ୟାରିଆଣ୍ଟକୁ ଆପଣ ମାତ୍ର ୯ ହଜାର ୯୯ ଟଙ୍କାରେ କିଣିପାରିବେ।

୫. ଗତ ବର୍ଷ ଗ୍ରାହକଙ୍କୁ ସବୁଠୁ ଅଧିକ ପସନ୍ଦ ଆସିଥିବା ସ୍ମାର୍ଟଫୋନ୍‌ Oppo F9 Proର ମୂଲ୍ୟ ମଧ୍ୟ ୨ ହଜାର ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ଏହା ମାତ୍ର ୨୧୨ ହଜାର ୯୯୦ ଟଙ୍କାରେ ମିଳୁଛି।

୬. ସେହିଭଳି Oppo A5ର ମୂଲ୍ୟରେ ମଧ୍ୟ ୧ ହଜାର ଟଙ୍କାର ଡିସ୍‌କାଉଣ୍ଟ କରାଯାଇଛି। ଏବେ ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ୧୩ ହଜାର ୯୯୯ ଟଙ୍କା ରହିଛି।

୭. ଏ ସବୁ ବ୍ୟତୀତ  4GB ରାମ୍ ଓ 64GB ମେମୋରୀଯୁକ୍ତ Nokia 7.1 ଭ୍ୟାରିୟାଣ୍ଟର ମୂଲ୍ୟ ମଧ୍ୟ ଶସ୍ତା ହୋଇ ୧୯ ହଜାର ୯୯ ଟଙ୍କା ରହିଛି।



from Odisha Reporter http://bit.ly/2GYrWD5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages