
ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ନୂଆଗାଁ ଭୁବନ ଗାଁ ରାସ୍ତାରେ ଗାଁ ଭାରୀଯାନ ଚଳାଚଳକୁ ବିରୋଧ କରି ଗ୍ରାମବାସୀଙ୍କ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶୀଘ୍ର ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।
ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତାଟି ଭୁବନର ଐତିହାସିକ ବୁଦ୍ଧେଶ୍ୱର ମନ୍ଦିରକୁ ଯାଇଛି। ବ୍ରାହ୍ମଣୀ ନଈରୁ ଭାରୀଯାନରେ ସବୁଦିନ ବାଲି ଉଠାଯାଇ ଏହି ରାସ୍ତାରେ ଚାଲାଣ କରାଯାଉଛି।
ଏହାସହ ରାସ୍ତାରେ ୩ଟି ସ୍କୁଲ୍ ଏବଂ ୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ଫଳରେ ଛୋଟଛୋଟ ପିଲାଙ୍କୁ ରାସ୍ତା ପାର ହେବାରେ ସମସ୍ୟା ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ବାଲି ବୋଝେଇ ଗାଡ଼ିଗୁଡିକ ଯୋଗୁ ଘରେ ବାଲି ପଶୁଥିବା ଗାଁ ଲୋକେ କହିଛନ୍ତି।
ତେବେ ଏନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter http://bit.ly/2WlGfFv
No comments:
Post a Comment