ଫିଲ୍ମରେ ନିଜକୁ ଗୁରୁତ୍ୱ ଦେବାକୁ ଏମିତି କରିଥିଲେ କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ଫିଲ୍ମରେ ନିଜକୁ ଗୁରୁତ୍ୱ ଦେବାକୁ ଏମିତି କରିଥିଲେ କଙ୍ଗନା

kangana

ମୁମ୍ବାଇ: ଫିଲ୍ମ ମଣିକର୍ଣ୍ଣିକା ରିଲିଜ୍‌ ହେବା ପରେ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଆଉ ଏଥିରେ କଙ୍ଗନାଙ୍କ ଚରିତ୍ରକୁ ବି ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। କିନ୍ତୁ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ବା ଶୁଟିଂ ସମୟରେ କଙ୍ଗନାଙ୍କ ଯୋଗୁ ଅନେକ ବିବାଦ ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶକଙ୍କ ସହ ଝଗଡ଼ା ହେଉ କି ଅଭିନେତା ସୋନୁ ସୁଦ୍‌ ଫିଲ୍ମରୁ ବାହାରିବା ଘଟଣା, ଏ ସବୁ ଚର୍ଚ୍ଚାରେ ରହିଥିଲା।

ଏବେ ସେମିତି କିଛି ବିବାଦ ଉପରେ ନିଜ ମୁହଁ ଖୋଲିଛନ୍ତି ଫିଲ୍ମର ସହ ନିର୍ଦ୍ଦେଶକ କ୍ରିଶ୍‌।  ଶୁଣିବାକୁ ମିଳିଥିଲା ଫିଲ୍ମରେ କଙ୍ଗନା ନିର୍ଦ୍ଦେଶକ ଭାବେ କାମ କରିଥିବା ବେଳେ ତାଙ୍କର ସହ ନିର୍ଦ୍ଦେଶକ ଭାବେ କାମ କରିଥିବା କ୍ରିଶ୍‌ଙ୍କ ସହ ବିବାଦ ହୋଇଥିଲା।

kangana-2ଆଉ ସେହି ବିବାଦ ବିଷୟରେ କ୍ରିଶ୍‌ ଏବେ ମୁହଁ ଖୋଲିଛନ୍ତି।  ସେ କହିଛନ୍ତି,‘‘କଙ୍ଗନା ଫିଲ୍ମରେ ସବୁ କିଛି ନିଜେ କରିବା ପାଇଁ ଚାହୁଁଥିଲେ। ସେ ଆଉ କୌଣସି ଚରିତ୍ରକୁ ଗରୁତ୍ୱ ଦେବାକୁ ଚାହୁଁ ନ ଥିଲେ। ସେଥିପାଇଁ ଅନ୍ୟ ଚରିତ୍ରକୁ ଛୋଟ କରିଦେଇଥିଲେ। ଏମିତି କି ସୋନୁ ସୁଦ୍‌ଙ୍କ ଚରିତ୍ର ୧୦୦ ମିନିଟ୍‌ରୁ ୬୦ ମିନିଟ୍‌  କରିଦେଇଥିବାରୁ ସେ ଫିଲ୍ମ ଛାଡ଼ି ଦେଇଥିଲେ।’’

କ୍ରିଶ୍‌ ଏକ ସାକ୍ଷାତକାରରେ କହିଥିଲେ, ‘‘ଫିଲ୍ମଟି ଜୁନ୍‌ରେ ପୂରା ଏଡିଟିଂ ହୋଇସାରିଥିଲା।  ଡବିଂ ବି କେବଳ କଙ୍ଗନାଙ୍କ ଚରିତ୍ର  ଛାଡ଼ି ଅନ୍ୟ ସମସ୍ତଙ୍କ ପୂରା ହୋଇଯାଇଥିଲା। କଙ୍ଗନା  ଲଣ୍ଡନ୍‌ରେ ‘ମେଣ୍ଟାଲ୍‌ ହୈ କ୍ୟା’ର ଶୁଟିଂ କରୁଥିଲେ। ଯେତେବେଳେ ସେ ସେଠାରୁ ଫେରି ଫିଲ୍ମ ଦେଖିଥିଲେ, ତାଙ୍କୁ ପସନ୍ଦ ଆସି ନ ଥିଲା। ସେ ସେଥିରେ କିଛି ପରିବର୍ତ୍ତନ ଚାହାନ୍ତି ବୋଲି କହିଥିଲେ। ତା’ପରେ କିଛିଦିନ ପରେ କହିଲେ, ଏଥିରେ ଆହୁରି ପରିବର୍ତ୍ତନର ଆବଶ୍ୟକତା ରହିଛି।  ସେ ଏକଥା ବି କହିଥିଲେ ଯେ, ପ୍ରଯୋଜକ କମଲ ଜୈନ୍‌ଙ୍କୁ ବି  ଫିଲ୍ମ ପସନ୍ଦ ଆସିନି।

ତା’ପରେ ମୁଁ ଆଉ କିଛି ପାର୍ଟ୍‌କୁ ଆଉ ଥରେ ଶୁଟିଂ କରିବାକୁ  ରାଜି ହୋଇଗଲି।  ଯେଉଁଥିପାଇଁ ଅଧିକା ୬ ଦିନର ସମୟ ଲାଗିଥାନ୍ତା। ସେଥିରେ କଙ୍ଗନାଙ୍କ ଆବଶ୍ୟକତା ନ ଥିଲା।  ସେ ପ୍ରଶୁନ ଯୋଶୀଙ୍କଠାରୁ  ଉପଦେଶ ନେଇଥିଲେ ଏମିତି କେମିତି ହେବ। ତା’ପରେ  କଙ୍ଗନା ହଠାତ୍‌ ସୋନୁଙ୍କ ଚରିତ୍ର ସଦାଶିବ ରାଓଙ୍କୁ ଇଣ୍ଟରଭାଲ୍‌ରେ ହିଁ ମାରିଦେବାକୁ ଜିଦି କରିଥିଲେ। ଯାହା ସମ୍ପୂର୍ଣ୍ଣ ଭାବେ ଇତିହାସ ବିରୋଧରେ ଥିଲା।’’

କ୍ରଶ୍‌ ଆହୁରି କହିଥିଲେ, ଯେତବେଳେ ଏକଥା ପ୍ରଯୋଜକ କମଲ୍‌ ଜୈନ୍‌ଙ୍କ ସାମ୍ନାକୁ ଆସିଥିଲା ସେ କହିଥିଲେ ଯେ, ‘‘ଏଥିରେ କ’ଣ ଫରକ ପଡ଼ୁଛି।” ସେ କଙ୍ଗନାଙ୍କ ପକ୍ଷ ନେଇ କହିଥିଲେ, ‘ଯାହା ଫିଲ୍ମ ପାଇଁ ଭଲ ସେମିତି କର।’’

sonu ତା’ପରେ କ୍ରିଶ୍‌ ଯେତେବେଳେ  ଏହି ପାର୍ଟ୍‌କୁ ନିର୍ଦ୍ଦେଶନା ଦେବାକୁ ମନା କରିଦେଇଥିଲେ ସେ ସମୟରେ କମଲ୍‌ କହିଥିଲେ ଯେ ଏହାକୁ କଙ୍ଗନା ନିର୍ଦ୍ଦେଶନା ଦେବେ।

କ୍ରିଶ୍‌ଙ୍କ କହିବା ଅନୁଯାୟୀ, ସୋନୁ ସୁଦ୍‌ଙ୍କ ଚରିତ୍ର କଙ୍ଗନା ୧୦୦ମିନିଟ୍‌ରୁ ୬୦ ମିନିଟ୍‌ କରିଦେଇଥିଲେ। ଯେବେକି ସେ ୩୫ ଦିନର ଶୁଟିଂ କରିସାରିଥିଲେ। ସେଥିପାଇଁ ସୋନୁ ଫିଲ୍ମ ଛାଡ଼ି ଦେଇଥିଲେ। ଏହାଛଡ଼ା କଙ୍ଗନା ଅନ୍ୟ ଚରିତ୍ରକୁ ଏଡିଟ୍‌ କରି କାଟିଦେଇଥିଲେ ବୋଲି କ୍ରିଶ୍‌ କହିଥିଲେ।

ସୂଚନାଯୋଗ୍ୟ, ରାଣୀ ଲକ୍ଷ୍ମୀ ବାଈଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ମଣିକର୍ଣ୍ଣିକା ଶୁକ୍ରବାର ରିଲିଜ୍‌ ହୋଇଛି। ଏହା ପ୍ରଥମ ଦୁଇ ଦିନରେ ପ୍ରାୟ ୨୭ କୋଟି ଟଙ୍କା ଆୟ କରିଛି।

 



from Odisha Reporter http://bit.ly/2RjUo2b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages