
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ। ଡିମ୍ପଲ ହୋମ ଟାଉନ୍ କନ୍ନୁଜରୁ ଲୋକସଭା ନିର୍ବାଚଚ ଲଢ଼ିବେ। କିନ୍ତୁ ଅଖିଲେଶ କେଉଁ ଆସନରୁ ଲଢ଼ିବେ, ତାହା ସ୍ଥିର ହୋଇନାହିଁ ବୋଲି ଆଜି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି।
ପୂର୍ବରୁ ଡିମ୍ପଲ ଯାଦବ ଛିଡ଼ା ହେଉଥିବା କନ୍ନୁଜ ଆସନରୁ ଅଖିଲେଶ ଏଥର ପ୍ରାର୍ଥୀ ହେବେ ବୋଲି କୁହାଯାଇଥିଲା। ଏପରି ହୋଇଥିଲେ ଡିମ୍ପଲଙ୍କୁ ନିର୍ବାଚନ ସମୟରେ ବେଞ୍ଚରେ ବସିବାକୁ ପଡ଼ିଥାଆନ୍ତା। କିନ୍ତୁ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବିଏସ୍ପି ଏକାଠି ହେବା ପରେ ରଣନୀତି ବଦଳି ଯାଇଛି। ଉଭୟ ଅଖିଲେଶ ଏବଂ ଡିମ୍ପଲ ଏଥର ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି।
ଡିମ୍ପଲ ୨୦୧୨ରେ ପ୍ରଥମେ କନ୍ନୁଜରୁ ଲୋକସଭାକୁ ଯାଇଥିଲେ। ଅଖିଲେଶ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଆସନଟିକୁ ନିଜ ପତ୍ନୀଙ୍କୁ ଦେଇଥିଲେ। ଏହାପରେ ଡିମ୍ପଲ ପୁଣିଥରେ ୨୦୧୪ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଅଖିଲେଶ ଏଥର ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ସ୍ୱୀକାର କରିଥିବା ବେଳେ କେଉଁ ଆସନରୁ ଲଢ଼ିବେ, ତାହା ସ୍ଥିର ହୋଇ ନଥିବା କହିଛନ୍ତି।
from Odisha Reporter http://bit.ly/2VUkPPv
No comments:
Post a Comment