କର୍ଣ୍ଣାଟକା ସରକାର ଭୁଶୁଡ଼ି ଯିବ କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

କର୍ଣ୍ଣାଟକା ସରକାର ଭୁଶୁଡ଼ି ଯିବ କି?

ବେଙ୍ଗାଲୁରୁ: ମାତ୍ର ୭ ମାସ ତଳେ ମିଳିତ ଭାବେ କର୍ଣ୍ଣାଟକାରେ ସରକାର ଗଠନ କରିଥିବା ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟ ଭୁଶୁଡ଼ିବା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଦୁଇ ସ୍ୱାଧୀନ ବିଧାୟକ ଆର୍‌ ଶଙ୍କର ଓ ଏଚ୍‌ ନାଗେଶ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ବେଳେ ଆଜି ଆଉ କିଛି କଂଗ୍ରେସ ବିଧାୟକ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କୁହାଯାଉଛି, ଆଜି ରାତି ସୁଦ୍ଧା କଂଗ୍ରେସର ୪ରୁ ୫ ଜଣ ବିଧାୟକ ଇସ୍ତଫା ଦେବେ। ଏପରି ହେଲେ ମେଣ୍ଟ ସରକାର ପାଇଁ ଶାସନ ଗାଦିରେ ବସିବା ସହଜ ହେବନାହିଁ। ତଥାପି ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ତାଙ୍କ ସରକାରଙ୍କ ପାଖରେ ୧୧୭ ଜଣ ବିଧାୟକ ରହିଛନ୍ତି ବୋଲି ଦୃଢ଼ୋକ୍ତି କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି। ଏଥିପାଇଁ ଦଳ ଉଭୟ ଜେଡିଏସ୍‌ ଏବଂ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ଯୋଗାଯୋଗରେ ରହିଛି। ଏଥିସହ ବିଜେପିର କର୍ଣ୍ଣାଟକା ମୁଖ୍ୟ ବିଏସ୍‌ ୟେଦ୍ଦୁରାପ୍ପା ସମସ୍ତ ବିଧାୟକଙ୍କ ସହ ଘନଘନ ବୈଠକ ମଧ୍ୟ ଜାରି ରଖିଛନ୍ତି।

କର୍ଣ୍ଣାଟକାର ୨୨୪ଟି ବିଧାନସଭା ଆସନରୁ କଂଗ୍ରେସ ୮୦ଟିରେ ଜିତିଥିବା ବେଳେ ଜେଡିଏସ୍‌ ୩୭ଟିରେ ଜିତିଥିଲା। ସେହିପରି ବିଜେପି ୧୦୪ଟି, ବିଏସ୍‌ପି ଗୋଟିଏ ଏବଂ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ଯଦି କଂଗ୍ରେସର ୫ ଜଣ ବିଧାୟକ ଇସ୍ତଫା ଦେଉଛନ୍ତି, ତା’ହେଲେ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୦ ହୋଇଯିବ। କାରଣ ୫ ବିଧାୟକ ଇସ୍ତଫା ଦେଲେ ଆସନ ସଂଖ୍ୟା ୧୧୯କୁ ଖସି ଆସିବ। ଏପରି ସ୍ଥିତିରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ପୁଣି ସରକାର ଗଠନ କରିବାକୁ ସକ୍ଷମ ହେବ। କାରଣ ଦୁଇ ସ୍ୱାଧୀନ ବିଧାୟକ ଓ ୫ କଂଗ୍ରେସ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟ ସରକାରଙ୍କ ପାଖରେ ୧୧୧ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ଅନ୍ୟପକ୍ଷରେ ବିଜେପି ପାଖରେ ୧୦୪ ଦଳୀୟ ବିଧାୟକ ଓ ୨ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ୧୦୬ଟି ଆସନ ରହିଛି। ତେଣୁ ମେଣ୍ଟ ସରକାରକୁ ଭୁଶୁଡ଼ାଇବାକୁ ହେଲେ ବିଜେପି ଅତିକମ୍‌ରେ ୧୨ ଜଣ ବିଧାୟକଙ୍କୁ ନିଜ ସମର୍ଥନକୁ ଆଣି ଇସ୍ତଫା ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ। ଏପରି ହେଲେ ବିଧାନସଭାର ଆସନ ସଂଖ୍ୟା ୨୧୦କୁ ଖସିବ ଏବଂ ବିଜେପି ୧୦୬ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବାକୁ ସକ୍ଷମ ହେବ।

ଏହା ବ୍ୟତୀତ ବିଜେପି କର୍ଣ୍ଣାଟକାରେ ସରକାର ଗଠନ ନ କରି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଁଛି। ଏପରି ହେଲେ ଲୋକସଭା ନିର୍ବାଚନ ବେଳେ ଦଳକୁ ଏହା ଫାଇଦା ଦେବ ବୋଲି ବିଜେପି ଆଶା କରିଛି।



from Odisha Reporter http://bit.ly/2QQwsn2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages