
ଯାଜପୁର (ଗୁଲାମ୍ ଗସ୍): ଏକ ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏହି ଭ୍ୟାନ୍ ପୋଖରୀ ଭିତରେ ପଶି ଓଲଟି ପଡ଼ିଥିଲା। ଏ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଅତଲାପୁର ଗାଁରେ।
ଅତଲାପୁର ଗାଁର ମସଜିଦ ନିକଟରେ ଏ ଘଟଣା ଘଟିଛି। ଭ୍ୟାନ୍ଟି ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ୍ର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରୀ ଭିତରକୁ ଗଡ଼ି ଯାଇ ଓଲଟି ପଡ଼ିଥିଲା।
ଏହା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ହୋଇନି।
କୁଆଖିଆ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2MLXQlK
No comments:
Post a Comment