ଫାଷ୍ଟଫୁଡ୍‌ ମଗେଇ ଖାଇଲେ ରାଷ୍ଟ୍ରପତି ଟ୍ରମ୍ପ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଫାଷ୍ଟଫୁଡ୍‌ ମଗେଇ ଖାଇଲେ ରାଷ୍ଟ୍ରପତି ଟ୍ରମ୍ପ !

ୱାସିଂଟନ୍‌ : ରୋଷେଇ କରିବାର କିଛି ଅପସନ୍‌ ନ ଥିଲେ ଆମେ ବାହାରୁ ଖାଇବା ମଗେଇ ଖାଉ। ରୁଚୁ କି ନ ରୁଚୁ, ଏମିତି କରିବାକୁ ଆମେ ବାଧ୍ୟ ହେଉ। ଠିକ୍‌ ଏମିତି ସ୍ଥିତିରେ ପଡ଼ିଥିଲେ ଆମେରକରା ରାଷ୍ଟ୍ରପତି ଡୋଲଲ୍ଡ ଟ୍ରମ୍ପ। ପିଜା, ବରଗର୍‌ ମଗାଇ ଖାଇଛନ୍ତି ବିଶ୍ୱର ଏହି ଟପ୍‌ ରେଟେଡ୍‌ ରାଜନେତା। ଏମିତିକି ତାଙ୍କଚ ହ୍ୱାଇଟ୍‌ ହାଉସ୍‌କୁ ଆସୁଥିବା ଅତିଥିମାନଙ୍କୁ ମଧ୍ୟ କିଣା ଖାଦ୍ୟ ଖୁଆଇ ଆପ୍ୟାୟିତ କରିବାକୁ ଚଷ୍ଟା କରିଛନ୍ତି ରାଷ୍ଟ୍ରପତି।

କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଦୁର୍ଭାଗ୍ୟକୁ ଏମିତି ଆଶ୍ଚର୍ଯ୍ୟଜନକ ଘଟଣାଟି ନିକଟରେ ଘଟିଛି। ଆଉ ଏହାର କାରଣ ଜାଣିବା ପରେ ଆପଣ  ଆହୁରି ଆଚମ୍ବିତ ହେବେ।

ବାସ୍ତବରେ ଆମେରିକାରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବାସ୍ଥାର ପ୍ରଭାବ ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ୍‌ ଉପରେ ପଡିଥିଲା। ଫଳରେ କିଛି ମାସ ଧରି ରାଷ୍ଟ୍ରପତି ଭବନର ସେଫ୍‌ ବା ରୋଷେୟା କିଛି ମାସ ଧରି ଦରମା ପାଇ ନ ଥିଲେ, ଆଉ ସେ  ଛୁଟିରେ ଚାଲି ଯାଇଥିଲେ। ଫଳରେ ହ୍ୱାଇଟ୍‌ ହାଉସ୍‌ରେ ଚୁଲି ଜଳି ନ ଥିଲା।

୨ ସପ୍ତାହ ତଳେ ଆମେରିକା କେଲେଜ ଫୁଟବଲ ଚାମ୍ପିୟନ୍‌ସିପ୍‌ ବିଜେତା କ୍ଲେମସନ୍‌ ଟାଇଗର୍ସ ଟିମ୍‌କୁ ଟ୍ରମ୍ପ ଲଞ୍ଚ କରିବାକୁ ଡକାଇଥିଲେ। ହେଲେ ଏହି ମଉକାରେ ରାଷ୍ଟ୍ରପତି ଭବନର କିଚେନ୍‌ର ମୁଖ୍ୟ ସେଫ୍‌ ଅତର୍କିତ ଛୁଟିରେ ଚାଲି ଯାଇଥିଲେ। ପରେ ଜଣାପଡିଥିଲା କି ସେ ଦୀର୍ଘଦିନ ଧରି ଦରମା ପାଇ ନ ଥିବାରୁ ଏମିତି ଚାଲି ଯାଇଛନ୍ତି।

ଅତିଥିଙ୍କୁ ଅଭ୍ୟର୍ଥନା କରିବାକୁ ଯାଇ ଟ୍ରମ୍ପଙ୍କ ନିଷ୍ପତ୍ତି କ୍ରମେ ବାହାରୁ ଫାଷ୍ଟଫୁଡ୍‌ ମଗାଯାଇ ଖାଇବାକୁ ଦିଆଯାଇଥିଲା। ଏମିତିକି ଶୁଣିବାକୁ ମିଳିଥିଲା ଯେ, ଟ୍ରମ୍ପ ମଧ୍ୟ ବାଧ୍ୟହୋଇ ଫାଷ୍ଟଫୁଡ୍‌ ଖାଇଥିଲେ।



from Odisha Reporter http://bit.ly/2FW3MYA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages