
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସିନ୍ତାକାଲି ସରିଯିବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଗତ ୧୧ଦିନ ଧରି ଚାଲିଆସିଥିବା ଏହି ବିଶାଳ ଉତ୍ସବରେ କଂସ ଭୂମିକାରେ ଅଭିନୟ କରିଛନ୍ତି ଭୁବନେଶ୍ୱର ପ୍ରଧାନ। ଧନୁଯାତ୍ରାର ମୁଖ୍ୟ ଚରିତ୍ର କୁହାଯାଉଥିବା କଂସ ବଧ ଲୀଳା କାଲି ଅନୁଷ୍ଠିତ ହେବ। ହେଲେ ଏହି ମହୋତ୍ସବ ସରିବା ଆଗରୁ ଏକ ଭାବପୂର୍ଣ୍ଣ କଥାଟିଏ କହିଛନ୍ତି କଂସ ଓରଫ୍ ଭୁବନେଶ୍ୱର।
କାଲି କୃଷ୍ଣଙ୍କ ହାତରେ ମିଛି ମିଛିକା ମୋ ପ୍ରାଣ ଯିବ। ହେଲେ ସତରେ ଯଦି ଠାକୁରେ ମତେ ତାଙ୍କ ହାତରେ ଏଇ ମଞ୍ଚରେ ମୃତ୍ୟୁ ଦିଅନ୍ତି ତା ହେଲେ ମୁଁ ଖୁସି ହେବି।
ଜଣେ ଅଭିନେତା ହୋଇଥିବାରୁ ଭୁବନେଶ୍ୱର କୁହନ୍ତି, “ମୁଁ ଚାହେଁ ଅଭିନୟ କରିବା ସମୟରେ ମୋର ମୃତ୍ୟୁ ହେଉ। ପେଣ୍ଡାଲ୍ ଉପରୁ ଠାକୁରେ ମତେ ଅଭିନୟ କରୁ କରୁ ମତେ ପ୍ରଭୁ ଉଠାଇ ନିଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ଏମିତି ହେଲେ କେବଳ ମୁଁ ନୁହେଁ ମୋ ପରିବାର ମଧ୍ୟ ଖୁସି ହେବ। ଏମିତି ହେଲେ ମୋ ଆତ୍ମାକୁ ଶାନ୍ତି ମିଳିଯିବି।
ସୂଚନାଯୋଗ୍ୟ, ଗତ ୧୧ତାରିଖରୁ ଆରମ୍ଭ ହୋଇଥିବା ୭୦ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆସନ୍ତା କାଲି ଶେଷ ହେବ।
from Odisha Reporter http://bit.ly/2RDh2Yr
No comments:
Post a Comment