ନିର୍ବାଚନର ମାତ୍ର ୭୫ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ଯୋଜନା କଥା ମନେପଡୁଛି: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ନିର୍ବାଚନର ମାତ୍ର ୭୫ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ଯୋଜନା କଥା ମନେପଡୁଛି: ଧର୍ମେନ୍ଦ୍ର ପ୍ରଧାନ

ବାଙ୍କୀ( ଓଡ଼ିଶା ରିପୋର୍ଟର ): ଓଡ଼ିଶାର ଲୋକଙ୍କୁ କଳାକନା ବୁଲାଇବା ପରେ ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କଟକ ଜିଲ୍ଲା ବାଙ୍କୀରେ ଆୟୋଜିତ ଜବାବ୍ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦୀର୍ଘ ୬ ହଜାର ୯୩୫ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଏବେ ନିର୍ବାଚନର ମାତ୍ର ୭୫ ଦିନ ପୂର୍ବରୁ ଯୋଜନା କଥା କହି ଓଡିଶାବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି। ରାଜ୍ୟ ଶାସନ କ୍ଷମତାରେ ରହିଥିବା ନବୀନବାବୁଙ୍କ ସରକାର ସମୟରେ ଓଡିଶାରେ ଅରାଜକତା, ଦୁର୍ନୀତି, ଭ୍ରଷ୍ଟାଚାର ବଢ଼ିବଢ଼ି ଚାଲିଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ଘରେ ଘରେ ସ୍ୱୟଂପ୍ରଭା, ସ୍ୱୟଂସମ୍ପନ୍ନ ହେବା ପାଇଁ ମାଁ ଚର୍ଚ୍ଚିକାଙ୍କୁ ମନେ ପକାଯାଏ। ଓଡିଶାର ମାଟିରେ ଆଜି ନାରୀ ବହୁତ ଦୁଃଖ ଓ କଷ୍ଟରେ ଅଛି । ମୁଖ୍ୟମନ୍ତ୍ରୀଙ୍କ ଘରୁ ମାତ୍ର ୫୦ କିମି ଦୂରରେ ପିପିଲି ଅଞ୍ଚଳର ଅର୍ଜୁନଗୋଦା ଗାଁରେ ଗୋଟେ ଦଳିତ ଝିଅ ଶାସକ ଦଳର ଗୁଣ୍ଡାମାନଙ୍କ ଦ୍ୱାରା ଧର୍ଷଣର ଶିକାର ହେଲା। ବହୁ ଦିନ ଧରି ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଶେଷରେ ପ୍ରାଣ ହରାଇଲା। ସେତେବେଳେ ଶାସକ ଦଳର ମନ୍ତ୍ରୀ ପଦ ହରାଇଲେ। ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ। କିନ୍ତୁ ଶାସକ
ଦଳର ଗୁଣ୍ଡାମାନେ ଦଣ୍ଡ ପାଇବା ପରିବର୍ତ୍ତେ ନିର୍ଦ୍ଦୋଷରେ ଖଲାସ ହେଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟ ମନ୍ତ୍ରୀ କଟା ଘା’ରେ ଚୂନ ଦେବା ଭଳି କହିଲେ ପୀଡ଼ିତାର ଆତ୍ମା ଶାନ୍ତି ପାଇବ। ଅନ୍ୟପଟେ ପୀଡ଼ିତାର ମା’ କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା କରୁନଥିବା ବେଳେ ଝିଅର ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ସେହି ଦଳିତ ଝିଅର ନ୍ୟାୟ ପାଇଁ କହିବା ଉଚିତ ମନେ କଲେ। ଅନ୍ୟଥା ମୁଖ୍ୟମନ୍ତ୍ରୀ ପୀଡ଼ିତାର ମା’ ବାପା, ଭାଇଙ୍କୁ ଟିକେ ସାନ୍ତ୍ୱନା ବି ଦେଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜି ଓଡିଶାର କନ୍ଧମାଳ, ଢେଙ୍କାନାଳ, କେନ୍ଦ୍ରାପଡା ଓ କଳାହାଣ୍ଡି ଜିଲ୍ଲାରେ ନାବାଳିକାମାନେ ଗର୍ଭବତୀ ହେଉଥିବା ଖବର ପ୍ରକାଶିତ ହେଉଛି। ରାଜ୍ୟରେ ନାରୀଙ୍କ ପ୍ରତି ଅନେକ ଅତ୍ୟାଚାର ହେବା ପରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଆପଣ ଖୁସି ତ ବୋଲି ପଚାରୁଛନ୍ତି। ଏବେ ଏହାର ଜବାବ୍ ମାଗିବାର ସମୟ ଆସିଛି ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ୧୯ ବର୍ଷର ଶାସନ କାଳରେ ବାଙ୍କୀର ବିଧାୟକ ୧୫ ବର୍ଷ ହେଲା ଦାୟିତ୍ୱରେ ଅଛନ୍ତି। ଦୀର୍ଘ ସମୟ ଧରି ବିଧାୟକ ଦାୟିତ୍ୱରେ ରହିବା ପରେ ମଧ୍ୟ ବାଙ୍କୀ, ଡମପଡ଼ା ଅଞ୍ଚଳର ବିକାଶ ହୋଇପାରିନାହିଁ। ବାଙ୍କୀ ପୌର
ପରିଷଦ ଅଞ୍ଚଳରେ ସବୁ ଗାଁକୁ ସ୍ୱଚ୍ଛ ପିଇବା ପାଣି ଯାଇନାହିଁ। କୃଷିଜାତ ଦ୍ରବ୍ୟକୁ ସଠିକ୍ ମୂଲ୍ୟ ମିଳୁନାହିଁ। ୨୪ ଘଣ୍ଟା ବିଜୁଳି ନାହିଁ । ମହାନଦୀର ଉପତ୍ୟାକା ଏ ଅଂଚଳର ଜମିରେ ଜଳସେଚନ ବ୍ୟବସ୍ଥା ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧାନ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କା ଦେଲେ। କିନ୍ତୁ ରାଜ୍ୟ ସରକାର ଓ ମିଲରଙ୍କ ମଧୂଚନ୍ଦ୍ରିକା ଚାଷୀଙ୍କୁ ଧୋକା ଦେବାର ବ୍ୟବସ୍ଥା କରିଛି।

ଶ୍ରୀ ପ୍ରଧାନ କହଛନ୍ତି ଯେ, ବାଙ୍କୀ ବିଧାୟକ ଚିଟଫଣ୍ଡ କାରବାରରେ ଜେଲ ଯାଇଥିଲେ। କଟକ ଜିଲ୍ଲାରେ ଗଣ୍ଡା ଗଣ୍ଡା ମନ୍ତ୍ରୀ ବିଧାୟକ ଗରିବ ଲୋକଙ୍କ ପଇସା ଲୁଟ କରି ବଡ଼ବଡ଼ କୋଠା ନିର୍ମାଣ କରୁଛନ୍ତି। ନିକଟର ବଡ଼ମ୍ବାର ଜଣେ ପାନଖିଆ ବିଧାୟକ ଏପରି କାମ କରିଛନ୍ତି। ବିଜୁ ଜନତା ଦଳ ଓଡିଶାର ବଳ ବୋଲି ପୂର୍ବରୁ ସ୍ଲୋଗାନ ଦେଉଥିଲେ। କିନ୍ତୁ ବିଜେଡି ଦଳ ଆଜି ଓଡିଶାବାସୀଙ୍କ ପାଇଁ କାଳ ସାଜିଛି। ବିଜେପି ଦଳ ଏବେ ସାମାନ୍ୟ ଓଡ଼ିଆଙ୍କ ବଳ ରୂପେ ଛିଡ଼ା ହୋଇଛି। ତେଣୁ ଓଡ଼ିଶାର ବିକାଶ ପାଇଁ ରାଜ୍ୟରେ ମୋଦି ସରକାର ଆଣିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାର ଜାଗା ଯୋଜନା ଆରମ୍ଭ କରିଛନ୍ତି । ମାତ୍ର ବାଙ୍କୀ ଅଞ୍ଚଳର ୨୦ ହଜାର ଲୋକ ତଥା ୫ ହଜାର ଘର ଥିବା ସହର ବାଙ୍କୀରେ ଲୋକଙ୍କୁ ନିଜ ନାଁରେ ପଟ୍ଟା ମିଳିନାହିଁ। ସରକାର ଏଥିରେ ପୃଥିବୀର ବଡ଼ ଯୋଜନା ଲାଗୁ କଲୁ ବୋଲି କହି ବୁଲୁଛନ୍ତି। ଏ ସରକାର ମିଛୁଆ ରାଧୁଆ ସରକାର ବୋଲି ସେ କହିଛନ୍ତି।

କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଏ ସରକାରଙ୍କୁ ଉଠାଇବା ପାଇଁ ଜବାବ୍ ମାଗୁଛି ଓଡିଶା ଅଭିଯାନରେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ। ୯୫୫୫୨୨୭୨୨୭କୁ ମିସଡ କଲ କରି ଦୁର୍ନୀତିଗ୍ରସ୍ତ, ସ୍ଥାଣୁ , ରାଧୁଆ ମିଛୁଆ ସରକାରଙ୍କୁ ବାହାର କରିବା ପାଇଁ ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ହେବାପାଇଁ ସେ ଆହ୍ୱାନ କରିଥିଲେ । ଏ ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବହୁ ନେତା ଓ କର୍ମୀ ଦଳରେ ଯୋଗଦାନ କରିଥିଲେ ।



from Odisha Reporter http://bit.ly/2Cx6r6V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages