ବିଜେପି ମହାରାଷ୍ଟ୍ରରେ ପୋତି ହୋଇଯିବ ବୋଲି କହିଲା ଶିବସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ବିଜେପି ମହାରାଷ୍ଟ୍ରରେ ପୋତି ହୋଇଯିବ ବୋଲି କହିଲା ଶିବସେନା

ନୂଆଦିଲ୍ଲୀ: ବିଜେପି ଓ ତା’ର ମହାରାଷ୍ଟ୍ର ସହଯୋଗୀ ଶିବସେନା ମଧ୍ୟରେ ବାକ୍‌ଯୁଦ୍ଧ ଏବେ ତୀବ୍ର ରୂପ ଧାରଣ କରିଛି। ଦୁଇ ଦିନ ତଳେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଶିବସେନାକୁ ଟାର୍ଗେଟ କରି ମୂଳପୋଛ ହୋଇଯିବ ବୋଲି କହିଥିବା ବେଳେ ଆଜି ଦଳ ପକ୍ଷରୁ ଏହାର ଜବାବ ଦିଆଯାଇଛି। ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ରାମଦାସ କଦମ ବିଜେପି ମହାରାଷ୍ଟ୍ରରେ ପୋତି ହୋଇଯିବ ବୋଲି କହିଛନ୍ତି।

ସେ କହିଛନ୍ତି, “୨୦୧୪ରେ ମୋଦି ୱେଭ ସତ୍ତ୍ବେ ଶିବସେନା ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ୬୩ଟିରେ ଜିତିଥିଲା। ବିଜେପି ବର୍ତ୍ତମାନ ୫ଟି ରାଜ୍ୟରେ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପରାସ୍ତ ହୋଇଛି। ଏବେ ସେମାନେ ମହାରାଷ୍ଟ୍ରକୁ ଆସି ଆମ ଧମକ ଦେଉଛନ୍ତି। ସେମାନଙ୍କୁ ମନେ ରଖିବାକୁ ହେବ ଯେ ଶିବସେନା ଚାହିଁଲେ ବିଜେପି ପୋତି ହୋଇଯିବ।”

ସେହିପରି ୧୦% ସଂରକ୍ଷଣ ବିଲ୍‌ ସମ୍ପର୍କରେ ମତ ଦେଇ ସେ କହିଛନ୍ତି, “ ଏବେ ମରାଠା, ଧାଙ୍ଗର୍ସ ଓ ମୁସଲିମ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏବେ ପୁଣି କେଉଁ ସଂରକ୍ଷଣ ମିଳିବ। ଏହା କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଣୟନ କରାଯାଇଛି।”

ରବିବାର ଅମିତ ଶାହ କହିଥିଲେ, ଯଦି ବିଜେପି ସହ ଅନ୍ୟ ଦଳମାନେ ମିଶି ନିର୍ବାଚନ ଲଢ଼ିବେ, ତା’ହେଲେ ସେମାନଙ୍କୁ ବିଜୟରେ ସହଯୋଗ କରାଯିବ। ନଚେତ ବିଜେପି ଏକାକୀ ନିର୍ବାଚନ ଲଢ଼ି ସମସ୍ତଙ୍କୁ ମୂଳପୋଛ କରିଦେବ।



from Odisha Reporter http://bit.ly/2VDBneC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages