ଦାରିଦ୍ର‌୍ୟ ହାର ହ୍ରାସ ଲାଗି ରାଜ୍ୟ ପଦକ୍ଷେପ ନେଉ: ଅର୍ଥ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ଦାରିଦ୍ର‌୍ୟ ହାର ହ୍ରାସ ଲାଗି ରାଜ୍ୟ ପଦକ୍ଷେପ ନେଉ: ଅର୍ଥ କମିଶନ

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର) : ରାଜ୍ୟରେ ଦାରିଦ୍ର‌୍ୟ ହାର ହ୍ରାସ ଲାଗି ରାଜ୍ୟ ସରକାରଙ୍କୁ ଅନେକ କିଛି କରିବାର ଆବଶ୍ୟକତା ରହିଛି ବୋଲି ପଞ୍ଚଦଶ ଅର୍ଥ ଆୟୋଗ କହିଛନ୍ତି। ଓଡ଼ିଶା ସରକାରଙ୍କ ସହ ଆଜି ଆୟୋଗଙ୍କ ଏକ ବୈଠକରେ ରାଜ୍ୟର ବିକାଶ ଓ ସମ୍ବଳ ବିନିଯୋଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ଆୟୋଗ ଅଧ୍ୟକ୍ଷ ଏନ୍ କେ ସିଂହ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।

ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା କେତେକ ପଦକ୍ଷେପ ଉପରେ ଆୟୋଗ ସନ୍ତୋଷ ବ୍ୟକ୍ତ କରିଥିଲେ ହେଁ ଦାରିଦ୍ର‌୍ୟ ହାର ହ୍ରାସ ଲାଗି ଅନେକ କିଛି କରାଯିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ମୁଣ୍ଡପିଛା ଆୟ ବଢ଼ାଇବା ଦିଗରେ ଅଧିକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଅପରପକ୍ଷରେ ରାଜ୍ୟର ଅଭିବୃଦ୍ଧି ହାର ଉଚ୍ଚ ରହୁଥିବା ଦର୍ଶାଯାଇଥିଲେ ହେଁ ଏହା ନିୟମିତ ଭାବେ ଅସ୍ଥିର ଓ ବିସଙ୍ଗତ ରହୁଥିବା ନେଇ ଆୟୋଗ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମିଳିତ ପ୍ରୟାସ ଯୋଗୁଁ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ମାଇକ୍ରୋ-ଅର୍ଥନୈତିକ ଶକ୍ତି ତଥା ପରିଚାଳନା ସୁଦୃଢ଼ ରହିଥିବା ଆୟୋଗର ଅଧ୍ୟକ୍ଷ ମତ ଦେଇଥିଲେ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଇଏମଆର ଏବଂ ଏମଏମଆର କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରୁଥିଲେ ହେଁ ଜନସଂଖ୍ୟା ତୁଳନାରେ ଡାକ୍ତରଙ୍କ ଅନୁପାତ ଗ୍ରହଣୀୟ ସ୍ତରଠାରୁ କମ ରହିଛି । ତେବେ ଏହି ସଂଖ୍ୟା ବଢ଼ାଯିବାକୁ ପଡିବ ବୋଲି ଆୟୋଗ ଅଧ୍ୟକ୍ଷ କହିଥିଲେ। ତେଣୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ କରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ମାନ ବୃଦ୍ଧି ଲାଗି ଅଧିକ ମେଡ଼ିକାଲ କଲେଜ ଏବଂ ହସପିଟାଲ ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଓଡିଶାର ସ୍ଥିତି ପ୍ରତି ସ୍ୱତନ୍ତ୍ର ବିଚାର କରି କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ୯୦:୧୦ ଅନୁପାତରେ ସହାୟତା ପ୍ରଦାନର ଆବଶ୍ୟକତା ରହିଛି ବୋଲି ଆୟୋଗଙ୍କ ନିକଟରେ ଦାବି କରାଯାଇଛି। ସେହିଭଳି ରାଜସ୍ୱ ନିଅଂଟ ବାବଦ ଅନୁଦାନ ପ୍ରଦାନ ଦାବୀ ସମ୍ପର୍କରେ ମଧ୍ୟ ଆୟୋଗ ତର୍ଜମା କରିବେ ବୋଲି ଅଧ୍ୟକ୍ଷ ଶ୍ରୀ ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି।

ରାଜ୍ୟ ସରକାରଙ୍କ “କାଳିଆ” ଯୋଜନା ନେଇ ମଧ୍ୟ ପଞ୍ଚଦଶ ଅର୍ଥ ଆୟୋଗ ଆଲୋଚନା କରିଥିଲେ। ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ ଦ୍ୱାରା ପାରଦର୍ଶିତା ଏବଂ ବିଶ୍ୱସନୀୟତା ହାସଲ କରାଯିବା ସମ୍ଭବ ହେବ ବୋଲି ଆୟୋଗ ଆଶା ବ୍ୟକ୍ତ କରିଥିଲେ।ଏଥିପୂର୍ବରୁ, ଅର୍ଥ ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟମାନେ ରାଜ୍ୟର ବିଭିନ୍ନ ରାଜନୀତିକ ଦଳର ପ୍ରତିନିଧିମାନଙ୍କ ସହିତ ସର୍ବାଧିକ ଗଠନମୂଳକ ଏବଂ ଉତ୍ସାହବର୍ଦ୍ଧକ ଆଲୋଚନା କରିଥିଲେ ।



from Odisha Reporter http://bit.ly/2QyA1y2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages