
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଖେଇ ଆସୁଥିବା ବେଳେ ଯୋଜନା ପରେ ଯୋଜନା ଘୋଷଣା କରୁଥିବା ରାଜ୍ୟ ସରକାର ଆଜି ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ଏହି ଘୋଷଣା ଫଳରେ ୩୦୦ ଟଙ୍କା ପାଉଥିବା ବ୍ୟକ୍ତିମାନେ ୫୦୦ ଟଙ୍କା ପାଇବେ ଓ ୫୦୦ ଟଙ୍କା ପାଉଥିବା ବ୍ୟକ୍ତିମାନେ ୭୦୦ ଟଙ୍କା ପାଇବେ। ଅର୍ଥାତ୍ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ପାଇବେ ୫୦୦ ଟଙ୍କା ଭତ୍ତା। ସେହିଭଳି ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ପାଇବେ ୭୦୦ ଟଙ୍କା ଭତ୍ତା।
ଏହା ଦ୍ୱାରା ମଧୁବାବୁ ପେନ୍ସନ୍ ଯୋଜନାରେ ରାଜ୍ୟର ୪୮ ଲକ୍ଷ୍ୟ ହିତାଧିକାରୀ ଉପକୃତ ହେବେ। ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଓ ଅସହାୟ ମହିଳା ପ୍ରମୁଖ ଏଥିରେ ଉପକୃତ ହେବେ। ବର୍ଦ୍ଧିତ ଭତ୍ତା ୨୦୧୯ ମସିହା ଫେବ୍ରୁଆରୀ ମାସ ୧୫ ତାରିଖରୁ ମିଳିବ।
ନିକଟରେ ସରକାର ‘କାଳିଆ’, ‘ପିଠା’ ଓ ‘ମୋ ଗେହ୍ଲା ଝିଅ’ ଆଦି ଯୋଜନା ଆରମ୍ଭ କରିଛନ୍ତି।
from Odisha Reporter http://bit.ly/2DiAmBm
No comments:
Post a Comment