‘ହ୍ୱାଟ୍‌ସ୍‌ଆପ୍‌’ରେ ଆପେ ଆପେ ଟାଇପ୍‌ ହୋଇଯିବ ମେସେଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

‘ହ୍ୱାଟ୍‌ସ୍‌ଆପ୍‌’ରେ ଆପେ ଆପେ ଟାଇପ୍‌ ହୋଇଯିବ ମେସେଜ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ‘ହ୍ୱାଟ୍‌ସ୍‌ ଆପ୍‌’ ଏବେ ଅପ୍‌ଡେଟ୍‌ ହୋଇଛି। ଏହି ଅପ୍‌ଡେଟ୍‌ରେ କିଛି ନୂଆ ଫିଚର୍‌ ରହିଛି। ଏହି ଫିଚର୍‌ ଉଭୟ ଆଣ୍ଡ୍ରଏଡ୍ ଓ iOS ୟୁଜର୍‌ଙ୍କ ପାଇଁ ରହିଛି। ଏଥିମଧ୍ୟରୁ ଏକ ମାଇକ୍‌ ଫିଚର ରହିଛି, ଯାହା ନୂଆ ନୁହେଁ। ଏହା ପୂର୍ବରୁ ହିଁ ଅଛି।

ଏହି ଫିଚର୍‌ ମେସେଜ୍‌ ଟାଇପ୍‌ କରିବା ପାଇଁ ରହିଛି। ଏହି ଫିଚର୍‌ ଅନୁଯାୟୀ, ଆପଣ ମେସେଜଟିକୁ କହି ଟାଇପ୍‌ କରାଇପାରିବେ। ଆପଣ ଏହାକୁ ଅଟୋ ଟାଇପିଂ ମଧ୍ୟ କହିପାରିବେ। ଅର୍ଥାତ୍‌ ଆପଣ ପଠାଇବାକୁ ଥିବା ମେସେଜ୍‌ଟିକୁ ମାଇକ୍‌ ଆଇକନ୍‌ ଆଗରେ ମୁହଁ ରଖି କହିଲେ ଏହା ଆପେ ଆପେ ଟାଇପ୍‌ ହୋଇଯିବ। ଏବେ ୟୁଜର୍ସ ଗୁଗଲ୍‌ ଆସିଷ୍ଟାନ୍‌ସ୍‌ ଓ ଭଏସ୍‌ ସର୍ଚ୍ଚ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖି ‘ହ୍ୱାଟ୍‌ସ୍‌ଆପ୍‌’ ଏହାକୁ ଇନ୍‌ବିଲ୍ଟ ଫିଚର୍‌ ଭାବେ ଦେଇଛି।

ଆଣ୍ଡ୍ରଏଡ୍‌ ପାଇଁ ଜାରି କରାଯାଇଥିବା ହ୍ୱାଟ୍‌ସ୍‌ଆପ୍‌ ଭର୍ସନ୍‌ ୨.୧୯.୧୧ରେ ଏହି ଅପଡେଟ୍‌ ଦିଆଯାଇଛି। ଏହି ମାଇକ୍‌ ଆଇକନ୍‌ ହ୍ୱାଟ୍‌ସ୍‌ଆପ୍‌ର କି’ବୋର୍ଡ଼ ଆପ୍‌ରେ ଅଛି। ଏହାକୁ ଟ୍ୟାପ୍ କରି ଆପଣ ମେସେଜଟିକୁ କହିଲେ ତାହା ଆପେ ଆପେ ଟାଇପ୍‌ ହୋଇଯିବ। ଏପରି ଆପଣ ଗୁଗଲ୍‌ କି’ବୋର୍ଡ଼ ଜରିଆରେ ମଧ୍ୟ କରିପାରିବେ। କିନ୍ତୁ ହ୍ୱାଟ୍‌ସ୍‌ଆପ୍‌ର ଇନ୍‌ବିଲ୍ଟ ଫିଚରରୁ କଲେ ଏହା ଅଧିକ ସଠିକ୍‌ ଆସିବ। iOSରେ ଏହି ଫିଚର କି’ବୋର୍ଡ଼ର ବାମପଟେ ତଳଆଡ଼କୁ ରହିଛି। ଆଣ୍ଡ୍ରଏଡ୍ ଏହା କି’ବୋର୍ଡ଼ର ଉପରପଟେ ରହିଛି। ହେଲେ ଏଥିରେ କେବଳ ଇଂରାଜୀରେ ହିଁ ଟାଇପ୍‌ ହୋଇପାରିବ।



from Odisha Reporter http://bit.ly/2TW7MLy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages