ରେଷ୍ଟୁରାଣ୍ଟ୍‌ର ୨୦ହଜାର ଟଙ୍କା ବିଲ୍‌ ନ ଦେଇ ଦୌଡ଼ି ପଳାଇଲେ ଗ୍ରାହକ, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ରେଷ୍ଟୁରାଣ୍ଟ୍‌ର ୨୦ହଜାର ଟଙ୍କା ବିଲ୍‌ ନ ଦେଇ ଦୌଡ଼ି ପଳାଇଲେ ଗ୍ରାହକ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟ୍‌ରେ ମନ ଇଚ୍ଛା ଖାଇଲେ ଓ ପିଇଲେ। ବିଲ୍ ହେଲା ୨୦ ହଜାର ଟଙ୍କା। କିନ୍ତୁ ବିଲ୍‌ ପେମେଣ୍ଟ୍‌ କରିବା ବଦଳରେ ଗ୍ରାହକମାନେ ରେଷ୍ଟୁରାଣ୍ଟ୍‌ରୁ କୌଶଳକ୍ରମେ ଖସି ଯିବା ପରେ ଦୌଡ଼ି ପଲାଇ ଗଲେ। ତେବେ ସିସିଟିଭି ଫୁଟେଜ୍‌ରୁ ସଂପୃକ୍ତ ଗ୍ରାହକମାନେ ଟଙ୍କା ନ ଦେଇ ଦୌଡ଼ି ପଳାଇବାର ଦୃଶ୍ୟକୁ ରେଷ୍ଟୁରାଣ୍ଟ୍‌ର ମାଲିକ ସୋଶାଲ୍‌ ମିଡିଆରେ ଶେୟାର୍‌ କରିବା ପରେ ଏହା ଖୁବ୍ ଭାଇରାଲ୍‌ ହୋଇଛି। ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିଥିବାବେଳେ ହଜାର ହଜାର ସଂଖ୍ୟାରେ ଏହାକୁ ଶେୟାର୍‌ ମଧ୍ୟ କରିଛନ୍ତି।

ଘଟଣାଟି ଇଲଣ୍ଡର ଡେବନ୍‌ରେ ଘଟିଛି। ଏଠାକାର ପିଅର୍‌ ହାଉସ୍‌ ନାମକ ଏକ ରେଷ୍ଟୁରାଣ୍ଟ୍‌କୁ ୬ଜଣ ଲୋକ ଖାଇବା ପାଇଁ ଆସିଥିଲେ। ଏମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୩ ଜଣ ମହିଳା ଥିଲେ। ଏମାନେ ଏକାଠି ଖାଇବା ସହ ମଦ୍ୟପାନ ମଧ୍ୟ କରିଥିଲେ। କିନ୍ତୁ ବିଲ୍‌ ପେମେଣ୍ଟ୍‌ ନ କରି ଏମାନେ ସମସ୍ତେ ଦୌଡ଼ି ପଳାଇ ଥିଲେ।

ଅଭିଯୁକ୍ତମାନେ ଖାଇ ସାରିବା ପରେ ଦୌଡ଼ି ପଳାଉଥିବାର ଫୁଟେଜ୍‌କୁ ଶେୟାର୍‌ କରି ରେଷ୍ଟୁରାଣ୍ଟ୍‌ ମାଲିକ୍ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ଏହି ଲୋକମାନେ ବିଲ୍‌ ନ ଦେଇ ପଳାଇଛନ୍ତି ଏହଂ ପୋଲିସ୍‌ ସେମାନଙ୍କ ସହ କଥା ହେବାକୁ ଚାହୁଁଛି।’

ଅଭିଯୁକ୍ତମାନଙ୍କୁ କେବେ ବି ଛଡ଼ାଯିବ ନାହିଁ ବୋଲି ରେଷ୍ଟୁରାଣ୍ଚ୍‌ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ, ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ସ୍ଥାନୀୟ ପୋଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି।

Robert Braddick यांनी वर पोस्ट केले रविवार, ३० डिसेंबर, २०१८

 



from Odisha Reporter http://bit.ly/2C6JBmm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages